You are currently viewing ବାପାକୁ କୁରାଢ଼ିରେ ହାଣି ହତ୍ୟା କଲା ପୁଅ

ବାପାକୁ କୁରାଢ଼ିରେ ହାଣି ହତ୍ୟା କଲା ପୁଅ

  • Post category:ଓଡିଶା
  • Reading time:1 mins read

ପିପିଲି (ଏଏନଏସ)୦୧/୦୬, ନିଶାରେ ବାପାକୁ ମାରିଦେଲା ପୁଅ । ପୁଅର କୁରାଢି ଚୋଟର ବାପାର ମୃତ୍ୟୁ । ପୁରୀ ଜିଲ୍ଲା ପିପିଲି ସାନକଣ୍ଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୬୦ ବର୍ଷିୟ ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ପୁଅ ଜିତୁ ଘରକୁ ଫେରିଥିଲା । ଏହି ସମୟରେ ବାପା ତାଙ୍କୁ ଗାଳିଗୁଲଜ କରିଥିଲେ । ଯେଉଁଥିପାଇଁ ନିଶାରେ ଥିବା ପୁଅ ବାପାଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲା । ଘରେ ଥିବା ଏକ କୁରାଢିରେ ବାପାକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହୃଷିକେଶଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।