You are currently viewing ମହାନଦୀକୁ ଡେଇଁଲେ ଯୁବକ : ଖୋଜା ଜାରି ରଖିଛି ଅଗ୍ନିଶମ ବିଭାଗ

ମହାନଦୀକୁ ଡେଇଁଲେ ଯୁବକ : ଖୋଜା ଜାରି ରଖିଛି ଅଗ୍ନିଶମ ବିଭାଗ

  • Post category:ଓଡିଶା
  • Reading time:1 mins read

ଏଏନଏସ : କଟକ ଯୋବ୍ରା ସ୍ଥିତ ମହାନଦୀକୁ ଡେଇଁଲେ ଯୁବକ । ଯୋବ୍ରା ଳଭର ପଏଣ୍ଟରେ ନଦୀକୁ ଡେଇ ଯୁବକ ଜଣଙ୍କ ନିଖୋଜ ଅଛନ୍ତି । ଗଭୀର ଜଳଧାରାରେ ଯୁବକ ଜଣଙ୍କ ବୁଡିଯାଇଥିବାର ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି ।

ତେବେ ଯୁବକ ଜଣଙ୍କ କଟକ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ମହାନଦୀକୁ ଡେଇଁ ଥିବାର ସନ୍ଦେହ କରାଯାଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।