You are currently viewing ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର ୪ଟି ଜିଲ୍ଲାରେ ବର୍ଷା ସମ୍ଭାବନା

୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର ୪ଟି ଜିଲ୍ଲାରେ ବର୍ଷା ସମ୍ଭାବନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର ୧୯/୧୧: ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ତାମିଲନାଡୁ ମୁହାଁ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଦେଖିବାକୁ ମିଳିଛି। ଯାହାଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର ୪ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତିରେ ହାଲକା ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ସେହିପରି ୨୧ ତାରିଖ ଆଡକୁ ମାଲକାନଗିରି, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଶୀତ କମିଥିବା ବେଳେ ୨୨ତାରିଖରୁ ରାଜ୍ୟରେ ଶୀତ ବଢିବ ବୋଲି ସୂଚନା ରହିଛି। ସେହିପରି ୨୪ ତାରିଖ ପରଠୁ ପାଗ ଧିରେ ଧିରେ ଫିଟିବା ସହ ରାତିର ତାପମାତ୍ରା ବଢିବ ବୋଲି ସିଇସି ସୋଆ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।