You are currently viewing କମିଶନରେଟ ପୋଲିସକୁ ସଫଳତା,ଧରାପଡିଲା କୁଖ୍ୟାତ ଲୁଟେରା

କମିଶନରେଟ ପୋଲିସକୁ ସଫଳତା,ଧରାପଡିଲା କୁଖ୍ୟାତ ଲୁଟେରା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୦୪.୧୦.୨୦୨୧, କମିଶନରେଟ୍ ପୋଲିସକୁ ସଫଳତା । ଦୀର୍ଘ ୩୫ ବର୍ଷ ପରେ ଧରାପଡିଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ । । ପ୍ରାୟ ୩୫ ବର୍ଷ ହେଲା ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଜାଗାରୁ ଚୋରି କରି ଆସୁଥିଲା ହେମନ୍ତ । ୩୫ ବର୍ଷ ମଧ୍ୟରେ ସେ ୫ଶହରୁ ଅଧିକ ଚୋରି କରିସାରିଛି । ଆଜି କଟକରେ ଏକ ସ୍ଥାନରେ ଚୋରି ଉଦ୍ୟମ ବେଳେ କମିଶନରେଟ୍ ପୋଲିସ୍ ଏହି ଲୁଟେରାକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଏହି କୁଖ୍ୟାତ ଲୁଟେରା ୧୯୮୬ ମସିହାରୁ ଆଜି ପର୍ଯ୍ୟନ୍ତ ପୋଲିସକୁ ଚକମା ଦେଇ ଚୋରି କରିଆସୁଛି । ୩୫ ବର୍ଷ ମଧ୍ୟରେ ସେ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜିନିଷ ଚୋରି କରିଥିବା ଜଣାପଡିଛି । ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀରେ ବି ହେମନ୍ତ ନାମରେ ଲୁଟ ମାମଲା ରହିଛି । ତେବେ ହେମନ୍ତ ଦାସକୁ ଆସନ୍ତା କାଲି କୋର୍ଟ ଫରୱାର୍ଡ କରାଯିବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।