You are currently viewing ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ଓଡ଼ିଶାରୁ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌। ପୁରୀ-ଆସାନସୋଲ ମଧ୍ୟରେ ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଇବା ପାଇଁ ପୂର୍ବ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ପ୍ରସ୍ତାବ ଦିଆଯାଇଛି। ପୁରୀ-ଆସାନସୋଲ ଏହି ରୁଟ୍‌ରେ ସପ୍ତାହକୁ ୬ ଦିନ କେବଳ ରବିବାରକୁ ଛାଡି ସବୁଦିନ ଏହି ବନ୍ଦେ ଭାରତ ଗଡ଼ିବ। 

ପୁରୀ-ଆସାନସୋଲ ମଧ୍ୟରେ ଏହି ଟ୍ରେନ୍‌ ଭୁବନେଶ୍ୱର, କଟକ, ବାଲେଶ୍ୱର, ମେଦିନିପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରା ଷ୍ଟେସନରେ ରହଣି କରିବ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମେ’ ମାସରେ ପୁରୀ-ହାୱଡ଼ା ଏବଂ ସେପ୍ଟେମ୍ବର ମାସରେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ଆରମ୍ଭ ହୋଇଥିଲା । ପ୍ରସ୍ତାବିତ ପୁରୀ-ଆସାନସୋଲ ତୃତୀୟ ବନ୍ଦେ ଭାରତ ଭାବେ ଓଡ଼ିଶା ଦେଇ ଚଳାଚଳ କରିବ।

 

ଅନ୍ୟମାନଙ୍କୁ ଜଣାନ୍ତୁ।