You are currently viewing ଆଜି ଛାଡ଼ଖାଇ, କିନ୍ତୁ ଆମିଷ ବଜାରରେ ନାହିଁ ଭିଡ଼

ଆଜି ଛାଡ଼ଖାଇ, କିନ୍ତୁ ଆମିଷ ବଜାରରେ ନାହିଁ ଭିଡ଼

ଭୁବନେଶ୍ୱର (ଏଏନଏସ): କାର୍ତ୍ତିିର୍କ ମାସ ସରିଲା, ଆଜି ଛାଡ଼ଖାଇ। ଗହଳି ଜମିଥିଲେ ମଧ୍ୟ ମଙ୍ଗଳବାର ହୋଇଥିବାରୁ ଆମିଷ ବଜାରରେ ସେତେଟା ଭିଡ ଦେଖା ଯାଇନାହିଁ। ତେବେ ଆଜି ଠାରୁ ଆସନ୍ତାକାଲି ଅର୍ଥାତ ବୁଧବାର ଅଧିକ ଭିଡ଼ ହେବା ନେଇ ଆଶା କରାଯାଉଛି। 

ଭୁବନେଶ୍ୱରରେ ଆଜି ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡ଼ି ୫୦୦ରୁ ୬୦୦ଟଙ୍କା କିଲୋରେ ମିଳୁଛି, ଏବଂ ଦେଶୀ ଚିକେନ ୨୨୦ ଟଙ୍କା ରହିଛି। ସେହିପରି ବ୍ରହ୍ମପୁରରେ ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ସମୁଦ୍ର ମାଛ ୨ଶହରୁ ୬ଶହ ଟଙ୍କା, କଙ୍କଡ଼ା ୫ଶହରୁ ୮ଶହ, ଚିଙ୍ଗୁଡ଼ି ୨ଶହ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ପର୍ଯ୍ୟନ୍ତ ମିଳୁଛି। କଟକରେ ମଟନ କିଲୋ ସାମାନ୍ୟ କମ ତଥା ୭ଶହ ଟଙ୍କା ହୋଇଥିବା ବେଳେ ଚିକେନ ୨୨୦ ଟଙ୍କା ରହିଛି। ବାଲେଶ୍ୱରରେ ଛୋଟ ଇଲିସି ୬ଶହ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡ଼ି ୨୮୦ରୁ ୬ଶହ ଟଙ୍କାରେ ମିଳୁଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।