bbsr

ଆଜି ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ଆଜି ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡ଼ିଶାର ରାଜଧାନୀ ହୋଇଥିଲା ଭୁବନେଶ୍ୱର । ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି ।

୧୯୪୬ ମସିହାରେ ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବା ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀ ସ୍ଥପତି ଅଟୋକଏନ୍ସ ବର୍ଗର । ଏହାପରେ ୧୯୪୮ ଏପ୍ରିଲ ୧୩ରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନ କରାଯାଇଥିଲା । ଓଡ଼ିଶା ବିଧାନ ସୌଧ ନିକଟରେ ଥିବା ଏହି ଫଳକରେ ଆଜି ପୁଷ୍ପମାଲ୍ୟ ଅର୍ପଣ ସହ ପତାକା ଉତୋଳନ କରାଯିବ । ଏହାପରେ ଅତିଥିମାନଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।