You are currently viewing ଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀ

ଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀ

  • Post category:ଓଡିଶା
  • Reading time:1 mins read

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଜି ଜନ୍ମ ଜୟନ୍ତୀ। ବାପୁଙ୍କୁ ସମାଧି ପୀଠ ରାଜଘଟରେ ପହଞ୍ଚି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେହିପରି ଉପରାଷ୍ଟ୍ରପତି ଜଗଦୀପ୍ ଧନକଡ୍ ଓ ଅନ୍ୟମନ୍ତ୍ରୀ ନେତାମାନେ ମଧ୍ୟ ମହାତ୍ମାଗାନ୍ଧି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଭାରତ ସମେତ ବିଦେଶରେ ମଧ୍ୟ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

 ସେହିପରି ସଂଗ୍ରାମୀ ପୁରୁଷ ତଥା ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କୁ ଜନ୍ମ ଜୟନ୍ତୀରେ ସାରା ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି। ଅହିଂସାକୁ ଆଦର୍ଶ କରି ଇଂରେଜ ସରକାରକୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିବା ବାପୁଙ୍କ ସମୟନୁବର୍ତିତା ଆଜିବି ସମସ୍ତଙ୍କୁ ପ୍ରେରଣା ଦେଉଛି। ତାଙ୍କର ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ। 

ଅନ୍ୟମାନଙ୍କୁ ଜଣାନ୍ତୁ।