You are currently viewing ଆଜି ରହିଛି ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ

ଆଜି ରହିଛି ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୮/୦୨, ଜାରି ରହିଛି ବଜେଟ ଅଧିବେଶନ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ଉପରେ ବିଧାନସଭାରେ ଜାରି ରହିଛି ଆଲୋଚନା । ଆସନ୍ତାକାଲି ଆଲୋଚନାର ଶେଷ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉତ୍ତର ରଖିବେ । ସୋମବାର ବିଧାନସଭାରେ ବାଚସ୍ପତି ଘୋଷଣା କରିଥିବା ନୂଆ କାର୍ଯ୍ୟ ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବୈଠକରେ ୨୨ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା କରାଯିବ । ୧୪ଦିନ ଧରି ଚାଲିବାକୁ ଥିବା ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନାରେ କେଉଁଦିନ କେଉଁ ବିଭାଗ ଆଲୋଚନା କରାଯିବ ସେନେଇ କାର୍ଯ୍ୟ ପରାମର୍ଶଦାତା ବୈଠକରେ ସ୍ଥିର କରାଯାଇଛି । ସେହିପରି ଆଜି ପ୍ରଶ୍ନକାଳରେ ପଞ୍ଚାୟତିରାଜ, ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ବିଭାଗ, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।