teacher

ଆସନ୍ତାକାଲି ମାଟ୍ରିକ୍ ପରୀକ୍ଷା, ରାଜରାସ୍ତାରେ ମାଧ୍ୟମିକ ଶିକ୍ଷକ ସଂଘ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ଆସନ୍ତାକାଲି ମାଟ୍ରିକ୍ ପରୀକ୍ଷା। ହେଲେ ଏବେ ବି ରାଜରାସ୍ତାରେ ମାଧ୍ୟମିକ ଶିକ୍ଷକ। ଦାବି ପୂରଣ ନକଲେ ଧାରଣାରୁ ହଟିବେ ନାହିଁ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛନ୍ତି। ଏହାରି ଭିତରେ ଆଲୋଚନା ପାଇଁ ସରକାର ଆଜି ଶିକ୍ଷକଙ୍କୁ  ଡାକିଛନ୍ତି। ସୂଚନାଯୋଗ୍ୟ ୨୩୪ଟି ଅନୁଦାନପ୍ରାପ୍ତ ସ୍କୁଲକୁ ତୁରନ୍ତ ଅନୁଦାନ ପ୍ରଦାନ, ୨୨୬ ଓ ୩୯୯ ସ୍କୁଲକୁ ସପ୍ତମ ବେତନ କମିଶନ ହାରରେ ଦରମା, ୬୦୮ ପୂର୍ଣ୍ଣଅନୁଦାନ ସ୍କୁଲକୁ ସରକାରୀକାରଣ, ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବି ପୂରଣ କରିବା ନେଇ ଆନ୍ଦୋଳନ କରିଛନ୍ତି ଶିକ୍ଷକ ସଂଘ।

ଅନ୍ୟମାନଙ୍କୁ ଜଣାନ୍ତୁ।