You are currently viewing ପର୍ଯ୍ୟଟକଙ୍କ ଦାଦାଗିରି

ପର୍ଯ୍ୟଟକଙ୍କ ଦାଦାଗିରି

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ)୨୬/୦୬, ପର୍ଯ୍ୟଟକଙ୍କ ଦାଦାଗିରି । ଚାରିଚକିଆ ଗାଡି ସାଇଡ୍ ମାରିଲେ । ପଚାରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ କଲେ ।

ପୁରୀ ଲବଣିଖୁଆ ଛକ ଠାରେ ଘଟିଛି ଏଭଳି ଘଟଣା । ଖବର ଅନୁଯାୟୀ , ଦୈନିକ ଖବରକାଗଜ ଦଂଶନର ପୁରୀ ପ୍ରତିନିଧୂ ଅନନ୍ତ ସିଂ ଆକ୍ରମଣର ଶିକାର ହୋଇଥିବା ବେଳେ ତାଙ୍କ ଦେହରେ ଗଭୀର ଆଘାତ ଲାଗିଛି । ଏଥ୍‌ସହ ଅନନ୍ତଙ୍କ ମନିପର୍ସ , ସୁନା ଚେନ୍ ମଧ୍ଯ ପର୍ଯ୍ୟଟକ ମାନେ ଛଡାଇ ନେଇଛନ୍ତି । ଅନନ୍ତ ଖବର ସଂଗ୍ରହ ପାଇଁ ନିଜ ସ୍କୁଟିରେ ଲବଣିଖୁଆ ଛକ ବାଟଦେଇ ଯାଉଥିବା ସମୟରେ ଏକ ଚାରିଚକିଆ ଯାନ ତାଙ୍କୁ ସାଇଡ୍ ମାରିଥିଲା । ତେବେ ଏନେଇ ଚାରିଚକିଆ ଯାନରେ ଥିବା ବ୍ୟକ୍ତିଙ୍କୁ କାହିଁକି ସାଇଡ୍ ମାରିଲ ବୋଲି ପଚାରିବାରୁ ସେଠାରେ ତାଙ୍କୁ ପର୍ଯ୍ୟଟକମାନେ ନିୟୁକ ପିଟିଥିଲେ । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଅନନଙ୍କୁ ଉଦ୍ଧାର କରିବା ସହ ଆକ୍ରମଣକାରୀଙ୍କୁ ଅଟକ ରଖିଛି ପୋଲିସ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।