You are currently viewing ଆଜିଠୁ ୟୁଜି ପ୍ରଥମ ବର୍ଷ କ୍ଲାସରୁମ ପାଠପଢ଼ା

ଆଜିଠୁ ୟୁଜି ପ୍ରଥମ ବର୍ଷ କ୍ଲାସରୁମ ପାଠପଢ଼ା

ଭୁବନେଶ୍ୱର(ଏଏନଏସ) ୦୧.୧୧.୨୦୨୧, ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ୟୁଜି (ସ୍ନାତକ) ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା । କ୍ୟାମ୍ପସ ରେ କରୋନା ଗାଇଡଲାଇନ ମାନିବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ । ଯେଉଁମାନେ ହଷ୍ଟେଲରେ ନାଁ ଲେଖାଇଛନ୍ତି , ସେମାନେ ସେଠାରେ ରହିପାରିବେ । ହଷ୍ଟେଲରେ ମଧ୍ୟ ସମସ୍ତ କରୋନା କଟକଣା ଯେମିତି ପାଳନ ହୁଏ , ତାହା କଲେଜ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ ।
କ୍ଳସରୁମ୍ ପାଠପଢ଼ା ସମୟରେ ଫେସ୍ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏହା ସହ ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ୧୫ରୁ PG ପ୍ରଥମ ବର୍ଷ ଅଫଲାଇନ ପାଠପଢ଼ା ଆରମ୍ଭ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।