You are currently viewing ଆଜିଠାରୁ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହେଲା ଡ୍ରିମ୍‌ସ

ଆଜିଠାରୁ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହେଲା ଡ୍ରିମ୍‌ସ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ଧନେଶ୍ୱର ରଥ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ମେଡିକାଲ ସାଇନସେସ୍‌ (ଡ୍ରିମ୍‌ସ) କଟକକୁ ନିକଟରେ ଓଡ଼ିଶା ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଡ୍ରିମ୍‌ସ ଆଜିଠାରୁ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହୋଇଛି। ‘ଡ୍ରିମ୍‌ସ’ର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ଏନେଇ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ‘ଡ୍ରିମ୍‌ସ’ର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ କୃତଜ୍ଞତା ଜଣାଇଛନ୍ତି।

ସେହିଭଳି ଗ୍ରାମାଞ୍ଚଳ ଭିତ୍ତିିଭୂମିରେ ଗଢ଼ିଉଠିଥିବା ଉକ୍ତ ଶିକ୍ଷାନୁଷ୍ଠାନ ବିଶ୍ୱବିଦ୍ୟାଳୟରେ ପରିଣତ ହେବା ଏକ ବଡ଼ ସଫଳତା ହୋଇଥିବା ବେଳେ ଶିକ୍ଷାନୁଷ୍ଠାନର ସ୍ବପ୍ନସାକାର ହୋଇଥିବାରୁ ଛାତ୍ରୀଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାପ୍ରେମୀ ଓ କଟକ ଜିଲାବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ମଧ୍ୟ ସ୍ବାଗତ କରାଯାଇଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।