You are currently viewing ୧୦ ହଜାର ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ

୧୦ ହଜାର ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ

ବାଲେଶ୍ଵର,୩୦/୦୯ : ଭିଜିଲାନ୍ସ ଟିମ୍ ହାତରେ ଧରାପଡିଲେ ସିଡିପିଓ ଅଫିସର ସୁପରଭାଇଜର ସୁବର୍ଣା ସିଂ। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ନରଣପୁର ପଞ୍ଚାୟତର ଅଙ୍ଗନବାଡି -୨ରେ ସୀତାମଣି ଦେହୁରୀ ନିଯୁକ୍ତି ପାଇଥିଲେ।। ମାତ୍ର ତାଙ୍କୁ ନିଯୁକ୍ତିପତ୍ର ଦିଆଯାଉଥିଲା। ସୀତାମଣି ସେଥିପାଇଁ ବାରମ୍ୱାର ସିଡିପିଓ ଓ ସୁପରଭାଇଜର ସୁବର୍ଣ୍ଣ ସିଂଙ୍କୁ ଅନୁରୋଧ କରୁଥିଲେ। ସେଥିଲାଗି ସୁପଭାଇଜର ୧୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସୀତାମଣି ବାଲେଶ୍ବର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏସ୍ପି ସନ୍ତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ଡ଼ିଏସପି ସନ୍ତୋଷ ସମନ୍ତରାୟ ଏକ ଟିମ ମାଧ୍ୟମରେ ସିଡ଼ିପିପିଓ ଅଫିସରେ ଜଗିରହିଥିଲେ। ସୀତାମଣି ଆଜି ଲାଞ୍ଚ ଟଙ୍କା ଦେଉଥିବା ବେଳେ ସୁପରଭାଇଜର ସୁବର୍ଣ୍ଣ ସିଂଙ୍କୁ ଗିରଫ କରିଥିଲେ ଭିଜିଲାନ୍ସ ଅଧିକାରୀମାନେ। ଏବେ ତାଙ୍କୁ ଗିରଫ କରି ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା ଚାଲିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।