You are currently viewing ଶାଶ୍ବତୀ ମହିଳା ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ

ଶାଶ୍ବତୀ ମହିଳା ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ

  • Post category:ଓଡିଶା
  • Reading time:1 mins read

ସୁନାବେଡା(ଏଏନଏସ) ୧୨/୦୪, ସୁନାବେଡା ସ୍ଥିତ ଶାଶ୍ୱତୀ ମହିଳା ମହାସଂଘର ସଭାପତି ତଥା ୧ ନଂ ୱାର୍ଡ଼ ର ପାରିଷଦ ସ୍ୱର୍ଣ୍ଣପ୍ରଭା ପଟ୍ଟନାୟକ ଙ୍କ ସଭାପତିତ୍ବରେ ଏକ ବିଶେଷ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏଥିରେ ସୁନାବେଡ଼ା ପୌର ପରିଷଦର ନୂତନ ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଉପାଧ୍ୟକ୍ଷ ଋତୁ କଣ୍ଟା ଏବଂ କାଉନସିଲର ସ୍ୱରୂପା ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମହାସଂଘ ର ଦୁଇ ଜଣ ସଦସ୍ୟା ଅନୁପମା ବିଶ୍ୱାଳ ଏବଂ ପଦ୍ମାବତୀ ତୁରୁକ ଙ୍କ ଅକାଳ ବିୟୋଗ ଯୋଗୁଁ ଉଭୟଙ୍କ ନିକଟ ସମ୍ପର୍କୀୟ ଙ୍କୁ ତିରିଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଏତଦ୍ ବ୍ୟତୀତ ମହାସଂଘ ର ସଦସ୍ୟା ସଞ୍ଜୁ ପ୍ରଧାନ, ରୀନ ଖରା, ସଞ୍ଜୁ ଖିର,ସବିନା ହିଆଲ, ଦଇମତି ବାଘ, ସୁଲୋଚନା ସେନାପତି, ସୁନୀତା ବିଶୋଇ, ରଜନୀ ସାହୁ ଏବଂ ରଞ୍ଜିତା ନାୟକ ଙ୍କ ସ୍ଵାମୀଙ୍କ ବିୟୋଗ ହୋଇଥିବା ଯୋଗୁଁ ଏହି ମହିଳା ସଦସ୍ୟା ମାନଙ୍କୁ ମଧ୍ୟ ମହାସଂଘ ପକ୍ଷରୁ ତିରିଶ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର, ଉପାଧ୍ୟକ୍ଷ ଋତୁ କଣ୍ଟା , ପାରିଷଦ ସ୍ୱରୂପା ପଟ୍ଟନାୟକ ଏବଂ ପାରିଷଦ ସ୍ଵର୍ଣ୍ଣ ପ୍ରଭା ପଟ୍ଟନାୟକ ଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାସଂଘ ର କର୍ମକର୍ତ୍ତା ସନ୍ଧ୍ୟା ରାଣୀ ମହାନ୍ତି , ଅଞ୍ଜଳି ପଣ୍ଡା , ସରୋଜିନୀ ସାହୁ ଏବଂ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।
ଶାଶ୍ବତୀ ମହିଳା ମହାସଂଘ ର ଉପଦେଷ୍ଟା ଅଶ୍ୱିନୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଜାଗୃତି ମହିଳା ମହାସଂଘ ର ସଭାପତି ଲିଲି ମହାନ୍ତି ଧନ୍ୟବାଦ ଆର୍ପଣ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।