You are currently viewing ଶାଳଗ୍ରାମ ପୂଜା କରିବାର କଣ ରହିଛି ନିୟମ

ଶାଳଗ୍ରାମ ପୂଜା କରିବାର କଣ ରହିଛି ନିୟମ

  • Post category:ଓଡିଶା
  • Reading time:1 mins read

ଶାଳଗ୍ରାମଙ୍କ ବିଷୟରେ ସମସ୍ତେ ଜାଣିଥିବେ ନିଶ୍ଚୟ। ଏଗୁଡ଼ିକ କଳା ରଙ୍ଗର ଗୋଲାକାର ଚିକ୍କଣ ପଥର ଆକାରରେ ଦେଖିବାକୁ ମିଳେ। ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଶାଳଗ୍ରାମ ହେଉଛନ୍ତି ଭଗବାନ ଶ୍ରୀ ହରି ବିଷ୍ଣୁଙ୍କର ବିଗ୍ରହ ରୂପ । ହିନ୍ଦୁ ଧର୍ମରେ ବିଶ୍ୱାସ ରଖୁଥିବା ଅଧିକାଂଶ ଲୋକ ପୂଜାପାଠ ସ୍ଥାନରେ ଶାଳଗ୍ରାମ ସ୍ଥାପନ କରିଥାଆନ୍ତି ।ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ଶାଳଗ୍ରାମଙ୍କୁ ପୂଜା କରାଯାଏ ,ସେଠାରେ କେତେକ ନିୟମ ଅନୁସାରେ ଶାଳଗ୍ରାମକୁ ପୂଜା କରାଯାଇଥାଏ ଏବଂ ସେମାନଙ୍କ ଉପରେ ସର୍ବଦା ଭଗବାନ ବିଷ୍ଣୁଙ୍କ କୃପା ରହିଥାଏ।  ବିଶ୍ୱାସ କରାଯାଏ ଯେ, ଶାଳଗ୍ରାମଙ୍କୁ ପୂଜା କରିବାରେ ଭୁଲ୍  ରହିଲେ ଭଗବାନ ବିଷ୍ଣୁ କ୍ରୋଧିତ ହୋଇପାରନ୍ତି । ପ୍ରତ୍ୟେକ ଦେବତାଙ୍କ ପରି ଶାଳଗ୍ରାମଙ୍କ ଉପାସନା ସହିତ ଜଡିତ କିଛି ନିୟମ ମଧ୍ୟ ରହିଛି, ଯାହାକୁ ଧ୍ୟାନରେ ରଖିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଶାଳଗ୍ରାମଙ୍କୁ ପୂଜା କରିବାରେ କ’ଣ ରହିଛି ନିୟମ।

ଶାଳଗ୍ରାମଙ୍କୁ ଘରେ ରଖି ପୂଜା କରିବାର ନିୟମ:

  • ଶାସ୍ତ୍ର ଅନୁଯାୟୀ, ଶାଳଗ୍ରାମଙ୍କୁ ସାଧୁଙ୍କଠାରୁ ନେଇ  ଘରେ ରଖିଲେ , ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।
  • ଶାଳଗ୍ରାମଙ୍କୁ କୌଣସି ବିବାହିତ ବ୍ୟକ୍ତିଙ୍କଠାରୁ ନେବା ଉଚିତ ନୁହେଁ  କିମ୍ବା  କୌଣସି ବିବାହିତ ବ୍ୟକ୍ତିଙ୍କୁ ଦିଆଯିବା ମଧ୍ୟ ଉଚିତ୍ ନୁହେଁ । 
  • ଯଦି ଆପଣଙ୍କ ଘରେ ଶାଳଗ୍ରାମ ଅଛି, ତେବେ ପରିଷ୍କାର ପରିଚ୍ଛନ୍ନତା କରି ଏହାର ଯତ୍ନ ନିଅନ୍ତୁ, ନଚେତ୍ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।
  • ଶାଳଗ୍ରାମଙ୍କୁ ପୂଜା କରିବାବେଳେ ମନେରଖନ୍ତୁ ଯେ ତାଙ୍କ ଉପରେ ଚାଉଳ ଅର୍ପଣ କରିବା ନିଷେଧ ଅଟେ। ଯଦି ଆପଣ କୌଣସି ପରିସ୍ଥିତିରେ ଚାଉଳ ବ୍ୟବହାର କରୁଛନ୍ତି, ତେବେ ଏହାକୁ ହଳଦୀରେ ରଙ୍ଗ କରିବା ପରେ ହିଁ ବ୍ୟବହାର କରନ୍ତୁ ।
  • ଶାଳଗ୍ରାମ ଭଗବାନ ବିଷ୍ଣୁଙ୍କର ବିଗ୍ରହ  ରୂପ, ତେଣୁ ତୁଲସୀ ପତ୍ରକୁ ତାଙ୍କ ପୂଜାରେ ବ୍ୟବହାର କରିବା ଉଚିତ୍ ।
  • ଯଦି ଶାଳଗ୍ରାମଙ୍କୁ  ଘରେ ରଖି ପୂଜା କରୁଛନ୍ତି, ଧ୍ୟାନ ରଖିବା ଉଚିତ୍ ଯେ  ଶାଳଗ୍ରାମଙ୍କ ପୂଜାପାଠରେ ଯେପରି କୌଣସି ନିୟମରେ ବ୍ୟତିକ୍ରମ ହୁଏ ନାହିଁ ।
ଅନ୍ୟମାନଙ୍କୁ ଜଣାନ୍ତୁ।