You are currently viewing ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଝାରସୁଗୁଡା (ଏଏନଏସ)୦୨/୦୪, ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବଲି ଡବଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଧାୟକ ଅନୁପ ସାଏ । ଏନେଇ ଆଜି ରାୟଗଡ ଅତିରିକ୍ତ ଜିଲା ଦୌରା ଜଜ ରାୟ ଶୁଣାଇଛନ୍ତି । ଏହି ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରାୟଗଡ ଅତିରିକ୍ତ ଜିଲା ଦୌରା ଜଜ । ଏହି ମାମଲାରେ ଅନ୍ୟତମ ସହଯୋଗୀ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି କୋର୍ଟ । ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ସୂଚନା ଅନୁଯାୟୀ ଛତିଶଗଡ଼ ଚକ୍ରଧର ନଗର ଥାନା ଅଞ୍ଚଳରେ ୨୦୨୦ ଫେବୃଆରୀ ୧୩ ତାରିଖରେ ଡବଲ ମର୍ଡର କରାଯାଇଥିଲା। ଏହି ମାମଲାରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ୨୦୨୦ ଫେବ୍ରୁଆରୀ ୧୩ ତାରିଖରେ ଗିରଫ କରିଥିଲା ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।