You are currently viewing ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଆଜି ଠାରୁ ଆରମ୍ଭ ହୋଇ ଏହା ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏଥିରେ ମୋଟ୍‌ ୩୦ଟି କାର୍ଯ୍ୟକାରୀ ଦିବସ ରହିଛି। ସେଥିରୁ ୨୪ ସରକାରୀ ଦିବସ ଥିବା ବେଳେ ୬ ବେସରକାରୀ ଦିବସ ରହିଛି। ମାସର ଦ୍ୱିତୀୟ ଓ ଶେଷ ଶନିବାର ଏବଂ ରବିବାର ବ୍ୟତୀତ ନଭେମ୍ବର ୨୭ରେ ପଡୁଥିବା ରାସ ପୂର୍ଣ୍ଣିମା ଏବଂ ଡିସେମ୍ବର ୨୫ ବଡ଼ଦିନ ପାଇଁ ବିଧାନସଭା ବନ୍ଦ ରହିବ।

ପ୍ରଥମ ଦିବସରେ ବିଧାନସଭା ଗୃହ କାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ବର୍ଷରେ ୬୦ ଦିନ ଗୃହ ଚାଲିବାକୁ ଥିବାବେଳେ ୩୦ ଦିନ ବାକି ରହିଛି। ଚଳିତ ଅଧିବେଶନ ପାଇଁ ୩୦ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି। ଏହି ଅଧିବେଶନ ବେଶ୍‌ ସରଗରମ ହେବ ବୋଲି ଅନୁମାନ କରାଯାଉଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।