You are currently viewing ୬ ମାଓ କ୍ୟାମ୍ପ ଧ୍ୱଂସ କଲେ ଯବାନ

୬ ମାଓ କ୍ୟାମ୍ପ ଧ୍ୱଂସ କଲେ ଯବାନ

ଭୁବନେଶ୍ୱର- ସୀମାନ୍ତ ମାଲକାନଗିରି ଅଞ୍ଚଳରେ ଲାଲ ବାହିନୀକୁ ଲାଗିଛି ବଡ ଝଟକା । ଯବାନମାନଙ୍କ ଅତର୍କିତ ଆକ୍ରମଣରେ ୬ ମାଓ କ୍ୟାମ୍ପ ଧ୍ୱଂସ ହୋଇଛି । ଏତଦବ୍ୟତୀତ ମାଓକ୍ୟାମ୍ପ ମଧ୍ୟରେ ବିପୁଳ ପରିମାଣର ଅସ୍ତ୍ର ଓ ବମ ବିସ୍ଫୋରଣ ପାଇଁ ରଖାଯାଇଥିବା କିଛି ବାରୁଦ ମଧ୍ୟ ଜବତ ହୋଇଛି । ଛତିଶଗଡ-ମହାରାଷ୍ଟ୍ର ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ଗୁଳିବିନିମୟ ହୋଇଥିବାର ଜଣାପଡିଛି । ଏହି ଆକ୍ରମଣରେ ଜଣେ ଡିଆରଜି ଯବାନ ଆହତ ହୋଇଥିବାରର ଖବର ମିଳିଛି । ତେବେ ଯବାନମାନଙ୍କ ପାଲଟାଗୁଳି ଆକ୍ରମଣରେ ଛତ୍ରଭଙ୍ଗ ଦେଇଛନ୍ତି ନକ୍ସଲ ବାହିନୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।