You are currently viewing ବିଜେଡିର ସାମୂହିକ ଆନ୍ଦୋଳନ

ବିଜେଡିର ସାମୂହିକ ଆନ୍ଦୋଳନ

ଭୁବନେଶ୍ୱର(୨୭.୯.୨୨) : ବିଜେଡିର ସାମୂହିକ ଆନ୍ଦୋଳନ ଏବେ ସମ୍ପୂର୍ଣ୍ଣ ଜନ ଆନ୍ଦୋନଳରେ ପରିଣତ ହୋଇଛି । ଗାନ୍ଧିଜୟନ୍ତୀରୁ ମାସେ ବ୍ୟାପୀ ପଦ ଯାତ୍ରା କରିବ ଦଳ । ପ୍ରତି ୱାର୍ଡଠୁ ନେଇ ପଞ୍ଚାୟତ, ବ୍ଲକ ଓ ମୁନିସିପାଲଟି ସ୍ତରରେ ଏହି କାର୍ଯ୍ୟକ୍ରମ କରାଯିବ । ଯେଉଁଥିରେ ରାଜ୍ୟ ସରକାରଙ୍କ ସଫଳତା ବାବଦରେ ଲୋକଙ୍କୁ ଅବଗତ କରାଯିବ । ନଭେମ୍ବର ୨ ତାରିଖରେ ଜିଲ୍ଲାସ୍ତରୀୟ ସମାବେଶରେ ଶପଥ ମାଧମରେ ପଦଯାତ୍ରା ଶେଷ ହେବ । ପଦଯାତ୍ରା ପୂର୍ବରୁ ୨୯ ଓ ୩୦ ତାରିଖରେ ଦୁଇ ଦିନ ଭୁବନେଶ୍ୱରରେ ବସିବ ପ୍ରସ୍ତୁତି ବୈଠକ । ବୈଠକରେ ମତ ବିନିମୟ ହେବ । ପଦଯାତ୍ରା କିଭଳି ଗାଁରୁ ସହର ଯାଏ ବ୍ୟାପକ କରାଯିବ ସେନେଇ ନିର୍ବାଚିତ ପ୍ରତିନିଧି ଓ ନୂଆ କରି ଦଳର ଛାମୁଆ ସଙ୍ଗଠନର ପ୍ରତିନିଧି ଯୋଗ ଦେବେ । ବରମୁଣ୍ଡା ପଡିଆରେ ଆୟୋଜନ ହେବ ଏହି ସମ୍ମିଳନୀ । ୨୯ ତାରିଖରେ ଯୁବ, ଛାତ୍ର ଓ ମହିଳା ସଂଗଠନର ରାଜ୍ୟ ଓ ଜିଲ୍ଲାସ୍ତରୀୟ ପ୍ରତିନିଧି ଓ ଗଠିତ ହୋଇଥିବା କ୍ୟାମ୍ପସ୍ କମିଟିର ପ୍ରତିନିଧିଙ୍କୁ ନେଇ ବୈଠକ ହେବ । ଯେଉଁଥିରେ ଦୁଇ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।