You are currently viewing ବିଜେପି ନାଁ ରେ ବିଧାୟକଙ୍କ ଅଭିଯୋଗ

ବିଜେପି ନାଁ ରେ ବିଧାୟକଙ୍କ ଅଭିଯୋଗ

ହାଇଦ୍ରାବାଦ (୨୭.୧୦.୨୨) : ପୁଣି ବିଜେପି ନାଁରେ ଆସିଛି ଘୋଡା ବେପାର ପରି ଅଭିଯୋଗ । ମହାରାଷ୍ଟ୍ର ପଞ୍ଜାବ ଦୀଲ୍ଲୀରେ ପୂର୍ବରୁ ବିଜେପି ନାଁରେ ଏପରି ଅଭିଯୋଗ ଆସିଥିବା ବେଳେ ଏଥିରେ କିନ୍ତୁ ଏପରି ଅଭିଯୋଗ କରିଛନ୍ତି ତେଲେଙ୍ଗାନାର ଶାସକ ଦଳ ଟିଆରଏସର କିଛି ବିଧାୟକ । ଏପରିକି ସେମାନଙ୍କୁ ପ୍ରଲୋଭିତ କରି ବିଜେପି ପକ୍ଷରୁ କିଣିବାକୁ ଚେଷ୍ଟା କରାଯାଉଥିବା ପୋଲିସ ନିକଟରେ ଅଭିଯୋଗ କରିଛି । ପୋଲିସ ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୫ କୋଟି ଜବତ କରିଥିବା ଜଣାଯାଇଛି । କେସିଆର ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ଦଳ ବଦଳାଇବା ପାଇଁ ସେମାନଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଛି । ଆଗକୁ ତେଲେଙ୍ଗାନାର ମୁନୁଗୋଡେ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଏବେଠୁ ବିଜେପି ନିଜ ଗେମ ଖେଳିବା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି ।

ଟିଆରଏସ୍‌ର ୪ ବିଧାୟକଙ୍କ ଅଭିଯୋଗ ଅନୁଯାୟୀ,  ଦଳ ବଦଳ ନିମନ୍ତେ ସେମାନଙ୍କୁ ମୁଣ୍ଡ ପିଛା ଶହେ କୋଟିର ଅଫର ଦିଆଯାଇଥିଲା। ଖବର ପାଇ ପୁଲିସ୍‌ ବୁଧବାର ସନ୍ଧ୍ୟାରେ ଅଜିଜ ନଗରସ୍ଥିତ ଏକ  ଫାର୍ମହାଉସରେ ଚଢ଼ାଉ କରି ୩ ଜଣଙ୍କୁ ଅଟକ ରଖିଛି। ଟିଆରଏସ୍‌ ପକ୍ଷରୁ ଅଭିଯୋଗ କରାଯାଇଛି, ବିଜେପି ପକ୍ଷରୁ ପାଟଇର ୪ ଏମଏଲଏଙ୍କୁ ଟ୍ରାପ୍‌ କରିବାକୁ ଚେଷ୍ଟା କରାଯାଉଛି। ଫଳରେ ଆସନ୍ତା ୩୧ ତାରିଖରେ ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା ମୁନୁଗୋଡ଼େ ପ୍ରଚାର ପାଇଁ ଆସିବା ବେଳେ ସେମାନଙ୍କୁ ଦଳରେ ସାମିଲ କରାଯାଇଥାନ୍ତା। ଏହି ବିଧାୟକମାନେ ହେଲେ ଗୋଭାଲ ବଳରାଜ, ରୋହିତ ରେଡ୍ଡି, ହର୍ଷବର୍ଦ୍ଧନ ରେଡ୍ଡି ଓ ରେଗାକାନ୍ତା ରାଓ । ଘଟଣାସ୍ଥଳରୁ କେତେ ପରିମାଣର ଟଙ୍କା ମିଳିଛି ସେ ନେଇ ବରିଷ୍ଠ ପୁଲିସ୍‌ ଅଧିକାରୀ ମୁହଁ ଖୋଲି ନାହାନ୍ତି।  

ଅନ୍ୟମାନଙ୍କୁ ଜଣାନ୍ତୁ।