You are currently viewing ଆସନ୍ତୁ ଜାଣିବା କେଉଁ ଦିଗକୁ ମୁହଁ କରି ଖାଇଲେ ବଢିଥାଏ ଧନ

ଆସନ୍ତୁ ଜାଣିବା କେଉଁ ଦିଗକୁ ମୁହଁ କରି ଖାଇଲେ ବଢିଥାଏ ଧନ

ବାସ୍ତୁ ଶାସ୍ତ୍ର ଅନୁସାରେ ସମସ୍ତ ଦିଗର ଏକ ଅଲଗା ଅଲଗା ମହତ୍ୱ ଅଛି । ଯେପରିକି ପୂଜାପାଠ ପାଇଁ ପୂର୍ବ ଉତ୍ତର ଦିଗ ଖାସ ହୋଇଥାଏ । ସେପରି ଅଲଗା ଅଲଗା କାମ ପାଇଁ ଅଲଗା ଅଲଗା ଦିଗ ବଛାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଖାଦ୍ୟ ଖାଇଲାବେଳେ ଉଚିତ ଦିଗକୁ ବସି ଖାଇବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଖାଦ୍ୟ ଖାଇଲାବେଳେ କେଉଁ ଦିଗକୁ ମୁହଁ କରି ବସିବା ଉଚିତ ଏବଂ କେଉଁ ଦିଗକୁ ମୁହଁ କରି ବସିବା ଉଚିତ ନୁହେଁ ।

କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଆବଶ୍ୟକ : ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବଦିଗ ଦେବତାଙ୍କ ସହ ଜଡିତ । ଏହିଦିଗକୁ ମୁହଁ କରିଖାଇଲେ ସମସ୍ତ ରୋଗ ଦୂର ହୋଇଯାଇଥାଏ ଏବଂ ଦେବତାଙ୍କ କୃପା ମିଳିଥାଏ । ସେହିପରି ଉତ୍ତର ଦିଗ ମଧ୍ୟ ଦେବତାଙ୍କ ଦିଗ ହୋଇଥାଏ ଏହି ଦିଗରେ ମା’ ଲକ୍ଷ୍ମୀଙ୍କର ଓ ଧନର ଦେବତା କୁବେରଙ୍କର ବାସ ହୋଇଥାଏ । ଏହିଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଘରେ ଟଙ୍କା ପଇସାର ଅଭାବ ନଥାଏ । ଘରର ମୁଖିଆ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ମୁହଁ କରିଖାଇବା ଉଚିତ ନୁହେଁ । ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଦାରିଦ୍ରତା ବଢିଥାଏ । ବାସ୍ତୁ ଅନୁସାରେ ଘରକୁ ଆସୁଥିବା ଅତିଥିଙ୍କୁ ପଶ୍ଚିମ ଦିଗକୁ ବସାଇ ଖାଦ୍ୟ ପରଷିବା ଆବଶ୍ୟକ । ଏହା ସହ ନିଜେ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଆବଶ୍ୟକ । ସେହିପରି ଘରର ଡାଏନିଙ୍ଗ ଟେବୁଲକୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ରଖିବା ଆବଶ୍ୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।