You are currently viewing ଜାଣନ୍ତୁ ସଂଧ୍ୟା ପୂଜାର ନିୟମ

ଜାଣନ୍ତୁ ସଂଧ୍ୟା ପୂଜାର ନିୟମ

ହୀନ୍ଦୁ ଧର୍ମରେ ପ୍ରତିଦିନ ପୂଜାପାଠ କରିବାର ବିଶେଷ ମହତ୍ତ୍ୱ ଅଛି । ହୀନ୍ଦୁ ଧର୍ମ ରେ ମୂର୍ତ୍ତି ପୂଜା ସହ ଭଗବାନଙ୍କ ବନ୍ଦନା କରିବା ଆବଶ୍ୟକ । ସକାଳ ସଂଧାଁରେ ପୂଜା କରିବା ସମୟରେ ସମୟ ଏବଂ କାଳର ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ସକାଳ ପୂଜାର ଯେପରି ବିଶେଷ ମହତ୍ୱ ଅଛି ସେପରି ସଂଧ୍ୟା ପୂଜାର ମଧ୍ୟ ବହୁତ ମହତ୍ତ୍ୱ ଅଛି । ଆସନ୍ତୁ ଜାଣିବା ସନ୍ଧ୍ୟାର ନିୟମ
ହିନ୍ଦୁ ଧର୍ମର ପରମ୍ପରାକୁ ମାନୁଥିବା ଲୋକେ ଘରେ ସକାଳ ସଂଧ୍ୟାରେ ଦୁଇଥର ପୂଜା କରନ୍ତି । ସଂଧ୍ୟା ପୂଜା ସମୟରେ ପୂଜା କରିବା ସମୟର କିଛି ବିଶେଷ ଧ୍ୟାନ ରଖିବା ଆବଶ୍ୟକ ।

ଶଙ୍ଖ ବଜାଇବା : ଘର ହେଉ କିମ୍ବା ମନ୍ଦିର ଦୁଇଟି ସ୍ଥାନରେ ସୂର୍ଯ୍ୟାସ୍ତ ସମୟରେ ପୂଜା କରାଯିବା ଆବଶ୍ୟକ । କିନ୍ତୁ ଯଦି ଆପଣ ସୂର୍ଯ୍ୟାସ୍ତ ପରେ ରାତ୍ରି ସମୟରେ ଯଦି ଆପଣ ପୂଜା କରୁଛନ୍ତି ତେବେ କେବେହେଲେ ଶଙ୍ଖ କିମ୍ବା ଘଣ୍ଟ ବଜାଇବା ଉଚିତ ନୁହେଁ । ମାନ୍ୟତା ଅଛିକି ସୂର୍ଯାସ୍ତପରେ ଦେବା ଦେବୀ ଶୟନ କରନ୍ତି । ତେଣୁ ଶଙ୍ଖ ବଜାଇବା ଅନୁଚିତ ।
ତୁଳସୀର ପତ୍ର : ଭଗଗବାନ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କର ପୂଜାରେ ତୁଳସୀର ବ୍ୟବହାର ବିଶେଷ ଭାବେ କରାଯାଇଥାଏ ।
ଯଦି ଆପଣ ରାତିରେ ପୂଜା କରୁଛନ୍ତି ତେବେ ସୂର୍ଯ୍ୟାସ୍ତ ପୂର୍ବରୁ ତୁଳସୀ ତୋଳିଦେବା ଆବଶ୍ୟକ । କାରଣ ରାତିରେ ତୁଳସୀ ପତ୍ର ଛିଡାଇବା ନିଷେଧ ଅଟେ ।
ସୂର୍ଯ୍ୟଦେବ : ଶାସ୍ତ୍ରରେ ଭଗବାନ ଙ୍କ ପୂଜା ପାଇଁ ଦିନର ସମୟ ସର୍ବୋତ୍ତମ ହୋଇଥାଏ । କୌଣସି ଦେବାଦେବୀଙ୍କ ପୂଜା କରିବା ସମୟରେ ସୂର୍ଯ୍ୟ ଦେବଙ୍କ ଅବାହନ କରିବା ନିହାତି ଆବଶ୍ୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।