You are currently viewing ପାଣିରେ ଜଳୁଛି ଦୀପ

ପାଣିରେ ଜଳୁଛି ଦୀପ

ହିନ୍ଦୁ ଧର୍ମରେ ମାତୃଶକ୍ତି ସର୍ବଶକ୍ତିର ଆଧାର । ଆଉ ଏଥିପାଇଁ ସମଗ୍ର ଭାରତରେ ଏହି ପୂଜା ପାଳନ କରାଯାଏ । ମାଆ ପରଂବ୍ରହ୍ମ ସ୍ୱରୁପୀ ହୋଇ ସର୍ବତ୍ର ପୂଜା ପାଉଛନ୍ତି । ହିନ୍ଦୁଧର୍ମରେ ଏହି ପୂଜା ସର୍ବଶ୍ରେଷ୍ଠ ଭାବରେ ପାଳିତ ହୁଏ । ଜଗତଜନନୀ ମାଆ ଦୁର୍ଗା । ସେ ହେଉଛନ୍ତି ସୃଷ୍ଟିର ଆଦିଶକ୍ତି । ମଙ୍ଗଳମୟୀ ମା’ ହେଉଛନ୍ତି ମଙ୍ଗଳ କାର୍ଯ୍ୟର ସ୍ୱରୁପୀଣି । ସକଳ ଇଚ୍ଛା ପୂରଣ କାରିଣୀ । ସମସ୍ତ ଜୀବ ଜଗତ ସେଇ ମା’ର ଶରଣାର୍ଥୀ । ସ୍‌ୃଷ୍ଚିକର୍ତ୍ତା ପାଳନ କର୍ତ୍ତା ସଂହାର କର୍ତ୍ତା, ଅର୍ଥାତ ବ୍ରହ୍ମା ବିଷ୍ନୁ ମହେଶ୍ୱର ତ୍ରିଦେବଙ୍କ ତ୍ରୀଶକ୍ତିର ସମ୍ମିଳିତ ସ୍ୱରୁପ ହେଉଛନ୍ତି ମାଆ ଦୁର୍ଗା । ଧରାପୃଷ୍ଠରେ ମା’ ଦୁର୍ଗାଙ୍କ ଅବତରଣ ସୃଷ୍ଟିର ମଙ୍ଗଳ ପାଇଁ । ଦୁର୍ଗତମାନଙ୍କୁ ନାଶ କରିବାକୁ ତାଙ୍କ ଜନ୍ମ । ଆଉ ଦୁର୍ଗତ ନାଶ କରି ସେ ହେଉଛନ୍ତି ଦୁର୍ଗତି ନାଶିନୀ ମା’ ଦୁର୍ଗା । ମା’ଙ୍କ ପୂଜା ବର୍ଷକୁ ଦୁଇ ଥର ହୋଇଥାଏ । ପ୍ରଥମ ଚୈତ୍ରମାସରେ ବାର୍ଷିକ ନବରାତ୍ର ଓ ଦ୍ୱିତୀୟଟି ଆଶ୍ୱିନ ମାସରେ । ଯାହାକୁ ଶାରଦୀୟ ନବରାତ୍ର କୁହାଯାଏ । ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଅଦିନ ଧରି ନଅଟି ବେଶରେ ପୂଜା ପାଆନ୍ତି ମାଆ । ହି ସମୟରେ ମାଆଙ୍କ ଆରାଧନା, ସଂକଳ୍ପ, ସାଧନା ଓ ସିଦ୍ଧିର ଦିବ୍ୟ ସମୟ ।

ଭାରତରେ ଦେବୀ ମା’ଙ୍କର ଅନେକ ଚମତ୍କାରୀ ମନ୍ଦିର ରହିଛି। ଏହିପରି ଏକ ମନ୍ଦିର ମଧ୍ୟପ୍ରଦେଶର ମାଲଓ୍ଵାରେ ଦେଖିବାକୁ ମିଳିଥାଏ, ଯାହାକି ଶୁଜାଲପୁର ଜିଲାର ନଲଖେଡ଼ା ତହସିଲଠାରୁ ୧୫ କିମି ଦୂର ଗାଡ଼ିଆଘାଟ ଗାଁରେ ଅବସ୍ଥିତ। ଏଠାକାର ଚମତ୍କାରିତା ହେଉଛି, ଏହି ମନ୍ଦିରରେ ତେଲ ନୁହେଁ, ବରଂ ସେଠାରେ ବହିଯାଇଥିବା କାଲିସିନ୍ଧ ନଦୀର ପାଣିରେ ଅଖଣ୍ଡ ଜ୍ୟୋତି ଜଳିଥାଏ। କୁହାଯାଉଛି କି, ଦେବୀ ମା’ଙ୍କ ସମ୍ମୁଖରେ ରଖାଯାଇଥିବା ଦୀପରେ ପାଣି ଢାଳିଲେ, ତାହା ଆପେ ଆପେ ତେଲିଆ ହୋଇଯାଏ। ଆଉ ଏହା ଖୁବ ଜୋର୍‌ରେ ଜଳିଉଠେ। ଭକ୍ତଙ୍କ କହିବା ଅନୁଯାୟୀ, ଏଠାରେ ବର୍ଷ ବର୍ଷ ଧରି ଏହି ଅଖଣ୍ଡ ଜ୍ୟୋତି ଜଳୁଛି। ମା’ଙ୍କର ଏହି ଅଲୌକିକ ଘଟଣା ଦେଖିବା ପାଇଁ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସନ୍ତି। ଶୁଣିବାକୁ ମିଳେ, ପୂଜାରୀ ସିନ୍ଧୁସିଂହ ସୋନ୍ଧିଆ ଛୋଟବେଳୁ ମା’ଙ୍କ ସେବା କରିଆସୁଛନ୍ତି। କିନ୍ତୁ କିଛି ବର୍ଷ ପୂର୍ବରୁ ମା’ ତାଙ୍କୁ ସ୍ୱପ୍ନାଦେଶ ଦେଇଥିଲେ ଯେ ଆଜିଠାରୁ ପାଣିରେ ଅଖଣ୍ଡ ଜ୍ୟୋତି ଜଳିବ। ପରଦିନ ଯେତେବେଳେ ପୂଜାରୀ ମା’ଙ୍କ ଦୀପରେ ପାଣି ଢାଳିଥିଲେ, ସେତେବେଳେ ଏହା ଜଳିବାକୁ ଲାଗିଥିଲା। ସେ ଏହି ଅଲୌକିକ ଦୃଶ୍ୟ ଦେଖି ସ୍ତମ୍ଭୀଭୂତ ହୋଇଯାଇଥିଲେ। ପ୍ରଥମେ ଘଟଣାକୁ କିଛି ଗ୍ରାମବାସୀ ବିଶ୍ୱାସ କରୁ ନ ଥିଲେ। କିନ୍ତୁ ଯେବେ ସେମାନେ ନିଜେ ଦୀପରେ ପାଣି ଢାଳି ଦୀପ ଜଳାଇଥିଲେ, ସେବେ ଦୀପର ଜ୍ୟୋତି ଜଳିଉଠିଥିଲା। ଏହାପରେ ମା’ଙ୍କର ଚମତ୍କାରିତା ପୂରା ଗାଁରେ ବ୍ୟାପିଯାଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।