You are currently viewing କୁକୁରର ଖାଇବା ପାଇଁ ନାଟକ

କୁକୁରର ଖାଇବା ପାଇଁ ନାଟକ

ଗୋଟିଏ କୁକୁରର ଖାଇବା ପାଇଁ ଏପରି ଅଭିନୟ କଲା ଯାହା ଦ୍ୱାରା ଲୋକମାନେ ତାର ଫ୍ୟାନ ହୋଇଗଲେ । ସୋସିଆଲ ମିଡିଆରେ ପଶୁମାନଙ୍କର ଅନେକ ଭିଡିଓ ସେୟାର ହେଉଛି । ସେମାନଙ୍କ ମଧ୍ୟରୁ କେତେ ଜଣ ପ୍ରଶଂସା ସୃଷ୍ଟି କରିଛନ୍ତି । ଯଦି ଆପଣଙ୍କ ଘରେ ଗ୍ରୃହପାଳିତ କୁକୁର ଅଛି ତେବେ ଆପଣ ମଧ୍ୟ ସେମାନଙ୍କ ପ୍ରତି ସଚେତନ ହୋଇଯାନ୍ତୁ । କୁକୁରର ବିଶ୍ୱସ୍ତତା ବିଷୟରେ ଆପଣ ଜାଣିଥିବେ । ତେବେ ଆପଣ କେବେ କୁକୁର ଅଭିନୟ କରୁଥିବା ଦେଖିଛନ୍ତି କି । ତେବେ ଏହି ଭାଇରାଲ ଭିଡିଓରେ କୁକୁରଟି ଖାଇବା ମାଗିବା ପାଇଁ ନାଟକ କରିଥିଲା । ଅର୍ଥାତ କୁକୁରଟି ଖାଇବା ମାଗିବା ପାଇଁ ତାର ଗେଡ ଭାଙ୍ଗି ଥିବାର ନାଟକ କରିଥିଲା । ଏହା ପରେ ସେହି ବ୍ୟକ୍ତି ଜଣଙ୍କ ଖାଦ୍ୟ ଦେବା ପରେ ସେହି କୁକୁରଟି ଠିକ୍‌ରେ ଦୌଡି ପଳାଇଥିଲା ରାସ୍ତାର ଆରପଟକୁ । ଏହାକୁ ଦେଖି ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ହସିଥିଲେ । ଏହା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ ହଠତ୍ କୁକୁରର ଭଙ୍ଗା ଗୋଡ କିପରି ଠିକ୍ ହୋଇ ଯାଇଛି ବୋଲି ଭାବି । ଏବେ ଏହି ଭିଡିଓଟି ଟ୍ୱିଟରରେ ସେୟାର କରାଯାଇଛି । ଏହାକୁ ୨୩ ସେକେଣ୍ଡରେ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୩ ମିଲିୟନରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିଛନ୍ତି । ହଜାର ହଜାର ଲୋକ ଏହି ଭିଡିଓକୁ ଦେଖିବା ସହିତ ସେୟାର ମଧ୍ୟ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।