You are currently viewing ଜାଣନ୍ତୁ କାହିଁକି  ଶିବଲିଙ୍ଗରେ ଶମି ପତ୍ର ଅର୍ପଣ କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି?

ଜାଣନ୍ତୁ କାହିଁକି ଶିବଲିଙ୍ଗରେ ଶମି ପତ୍ର ଅର୍ପଣ କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି?

ସୋମବାର  ପ୍ରଭୁ ଭୋଲେନାଥଙ୍କୁ ଉତ୍ସର୍ଗ କରାଯାଇଛି ।ବିଶେଷ କରି ଯଦି ତାଙ୍କୁ ଏହି ଦିନ ପୂର୍ଣ୍ଣ ବିଶ୍ୱାସ ସହିତ ପୂଜା କରାଯାଏ, ତେବେ ସେ ନିଶ୍ଚିତ ଭାବରେ ତାଙ୍କ ଭକ୍ତଙ୍କ କଷ୍ଟକୁ ଶୁଣିଥାନ୍ତି ।ସୋମବାର ଦିନ ଭକ୍ତମାନେ ଭୋଲେନାଥଙ୍କୁ ଖୁସି କରିବା ପାଇଁ ବେଲ ପତ୍ର, ଫୁଲ, ଏବଂ ଭାଙ୍ଗ ଇତ୍ୟାଦି ବିଭିନ୍ନ ଜିନିଷ ଅର୍ପଣ କରିଥାନ୍ତି । ଶିବ ପୁରାଣ ଅନୁଯାୟୀ, ଯଦି ଶମି ବୃକ୍ଷର ପତ୍ର ମଧ୍ୟ ଶିବ ପୂଜାରେ ଅନ୍ତର୍ଭୁକ୍ତ ହୁଏ, ତେବେ ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତଙ୍କର ଇଚ୍ଛା ପୂରଣ କରିଥାନ୍ତି । ଏହାସହ ଭକ୍ତଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶମି ପତ୍ରର ମାନ୍ୟତା ବିଷୟରେ-

ଶମି ପତ୍ରର ମାନ୍ୟତା: ପୌରାଣିକ ମାନ୍ୟତା ଅନୁଯାୟୀ, ଶମି ବୃକ୍ଷକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ ।ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେତେବେଳେ ପ୍ରଭୁ ଶ୍ରୀ ରାମ ଲଙ୍କା ଜୟ କରି ଆସିଥିଲେ, ସେତେବେଳେ ସେ ଶାମି ଗଛକୁ ପୂଜା କରିଥିଲେ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ମହାଭାରତ ସମୟରେ ଯେତେବେଳେ ପାଣ୍ଡବଙ୍କୁ  ଅଜ୍ଞାତବାସ ଦିଆଯାଇଥିଲା, ସେତେବେଳେ ସେମାନେ ନିଜ ଅସ୍ତ୍ରଶସ୍ତ୍ର ଶମି ଗଛରେ ଲୁଚାଇ ରଖିଥିଲେ ।ଏପରିକି ନବରାତ୍ରୀରେ ମଧ୍ୟ ଶମି ବୃକ୍ଷର ପତ୍ର ସହିତ ଦେବୀ ଦୁର୍ଗାଙ୍କୁ ପୂଜା କରିବାର ନିୟମ ଅଛି ।ଭୋଲେନାଥଙ୍କ ସହ ଶମି ଉଭୟ ଗଣେଶ ଏବଂ ଶନି ଦେବଙ୍କ ଅତ୍ୟନ୍ତ ପ୍ରିୟ ଅଟେ ।

ଅନ୍ୟମାନଙ୍କୁ ଜଣାନ୍ତୁ।