You are currently viewing ମୁମ୍ବାଇକୁ ୨୦ ରନ୍‌ରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍‌ସ

ମୁମ୍ବାଇକୁ ୨୦ ରନ୍‌ରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍‌ସ

  • Post category:କ୍ରୀଡା
  • Reading time:1 mins read

ଦୁବାଇ-୨୦.୦୯.୨୦୨୧, ୟୁଏଇରେ ଆରମ୍ଭ ହୋଇ ଯାଇଛି IPL ସିଜନ-14ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ । ଗତକାଲିର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ । ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍‌ରେ ହରାଇ ବିଜୟ ହାସଲ କଲା ଚେନ୍ନାଇ ସୁପରକିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୫୬ ରନ କରିଥିଲା । ପରେ ମୁମ୍ବାଇ ୧୩୬/୮ ରନ କରିବାରେ ସକ୍ଷମ ହୋଇପାରିଥିଲା । ମୁମ୍ବାଇ ପକ୍ଷରୁ ସୌରଭ ତିୱାରୀ ଅପରାଜିତ ୫୦ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ବ୍ରାଭୋ ୨୫ ରନ ସହ ୩ ୱିକେଟ୍ ନେଇଥିଲେ । ଦୀପକ ଚହର ୧୯ ରନରେ ଦୁଇଟି ୱିକେଟ୍ ନେଇ ମୁମ୍ବାଇ ଟିମର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଆଜି ସନ୍ଧ୍ୟାରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ମଧ୍ୟରେ ମୁକାବିଲା ହେବ ।

ସୂଚନାଯୋଗ୍ୟ ଯେ, କୋରୋନା ଦ୍ବିତୀୟ ଲହର ପାଇଁ କିଛି ଖେଳାଳୀ କରୋନା ସଂକ୍ରମିତ ହେବା ପରେ ଅଧାରୁ ସ୍ଥଗିତ ଥିଲା ଟୁର୍ଣ୍ଣାମେଣ୍ଟ । ପ୍ରଥମ ସପ୍ତାହରେ ୨୯ ମ୍ୟାଚ୍‌ ସହ ସ୍ଥଗିତ ରହିଥିଲା ଆଇପିଏଏଲ ।

ଅନ୍ୟମାନଙ୍କୁ ଜଣାନ୍ତୁ।