You are currently viewing ଟି-୨୦ ବିଶ୍ବକପ: ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କଲା ଇଂଲଣ୍ଡ

ଟି-୨୦ ବିଶ୍ବକପ: ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କଲା ଇଂଲଣ୍ଡ

ଶାରଜା-୦୨.୧୧.୨୦୨୧, ଟି-୨୦ ବିଶ୍ବକପରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ଇଂଲଣ୍ଡ । ୪ଟି ମ୍ୟାଚରୁ ୪ଟି ବିଜୟ ହାସଲ କରି ଇଂଲଣ୍ଡ ପ୍ରଥମ ଦଳ ଭାବରେ ଟି-୨୦ ବିଶ୍ୱକପ ସେମିରେ ପ୍ରବେଶ କରିଛି ।  ମ୍ୟାଚରେ ଶ୍ରୀଲଙ୍କା  ଓ ଇଂଲଣ୍ଡ ଦଳ ମଧ୍ୟରେ କଡ଼ା  ଟକ୍କର ଦେଖିବାକୁ ମିଳିଥିଲା । ଟସ ଜିତି ପ୍ରଥମେ ବୋଲିଂ କରିଥିବା ବେଳେ ଇଂଲଣ୍ଡ ୧୬୩ ରନ କରିଥିଲା । ଜବାବରେ ୧୯ ଓଭରରେ ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ ମାତ୍ର ୧୩୭ ରନ କରି ୨୬ ରନରେ ପରାସ୍ତ ହୋଇଛି । ଇଂଲଣ୍ଡର ଟିମ୍‌ ୩୫ ରନ୍‌ରେ ନିଜର ଆଗଧାଡ଼ିର ୩ ଜଣ ଖେଳାଳିଙ୍କୁ ହରାଇଥିଲା। କିନ୍ତୁ ପରେ ବଟଲର ଇଂଲଣ୍ଡର ପାରିକୁ ସମ୍ଭାଳି ନେଇଥିଲେ । ଏହି ମ୍ୟାଚରେ ଇଂଲଣ୍ଡ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲା। ଜସ ବଟଲର ଅପରାଜିତ  ୬୭ ବଲ ଖେଳି ୧୦୧ ରନ କରିଥିଲେ । ଭାନୁକା ରାଜପକ୍ଷା ଏବଂ ଦସୁନ ଶଣକା ୨୬ ରନ ଲେଖାଏଁ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ, ଆଦିଲ ରଶିଦ ଓ କ୍ରିସ ଜୋର୍ଡାନ ୨ଟି ଲେଖାଏଁ ୱିକେଟ ନେଇଥିଲେ  । ସେହିପରି ୱନିନ୍ଦୁ ହସରଙ୍ଗା  ୱିକେଟ ଅକ୍ତିଆର କରିଥିଲେ ।


ଅନ୍ୟମାନଙ୍କୁ ଜଣାନ୍ତୁ।