You are currently viewing ଅକ୍ଟୋବର ୧୬ରୁ ଆରମ୍ଭ ହେବ ଆଇସିସି ଟି-ଟ୍ୱେଣ୍ଟି ୱାର୍ଡ କପ ୨୦୨୨,  ୨୩ରେ ଭାରତ-ପାକ ଟକ୍କର

ଅକ୍ଟୋବର ୧୬ରୁ ଆରମ୍ଭ ହେବ ଆଇସିସି ଟି-ଟ୍ୱେଣ୍ଟି ୱାର୍ଡ କପ ୨୦୨୨, ୨୩ରେ ଭାରତ-ପାକ ଟକ୍କର

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୨୨.୦୧.୨୦୨୨, ଚଳିତ ବର୍ଷ ଅକ୍ଟୋବର ୨୨ ତାରିଖରୁ ଅଷ୍ଟ୍ରେଲିଆରେ ଆୟୋଜିତ ହେବ ଟି-୨୦ ପୁରୁଷ ବିଶ୍ବକପ୍‌।  ଅକ୍ଟୋବର ୧୬ରୁ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ । ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଅକ୍ଟୋବର ୨୩ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଟି-୨୦ ବିଶ୍ୱକପ୍ ୨୦୨୨ ପାଇଁ ସୂଚୀ ଜାରି ହୋଇଛି ।
ଏଥିରେ ମୋଟ ୧୨ ଦଳ ମୁଖ୍ୟ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରିବେ। ସେମାନଙ୍କ ମଧ୍ୟରୁ ୮ ଦଳ ଆଇସିସି ମାନ୍ୟତା ଅନୁଯାୟୀ ସିଧାସଳଖ ଯୋଗ୍ୟତା ହାସଲ କରିସାରିଥିଲା ବେଳେ ଅନ୍ୟ ୪ ଦଳ ଯୋଗ୍ୟତାପର୍ଯ୍ୟାୟ ତଥା ପ୍ରଥମ ରାଉଣ୍ଡ୍‌ ଖେଳି ଆସିବେ। ଅକ୍ଟୋବର ୧୬ରୁ ପ୍ରଥମ ରାଉଣ୍ଡ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବ। ଏହାପରେ ୨୨ ତାରିଖରୁ ସୁପର-୧୨ ପର୍ଯ୍ୟାୟ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୨ ଦଳକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପ୍‌ରେ ୬ ଲେଖାଏଁ ଦଳ ସାମିଲ ରହିଛି । ଏହି ବିଶ୍ୱକପର ସେମିଫାଇନାଲ୍‌ ‌ନଭେମ୍ବର ୯ ଓ ୧୦ ତାରିଖରେ ସିଡ୍‌ନି ଏବଂ ଆଡିଲେଡ୍‌ରେ ଖେଳାଯିବ। ସେହିପରି ନଭେମ୍ବର ୧୩ ତାରିଖରେ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।