You are currently viewing ୧୦ବର୍ଷ ମଧ୍ୟରେ ୧୦ଟି ଆଇସିସି ଟ୍ରଫି ହରେଇଛି ଭାରତ

୧୦ବର୍ଷ ମଧ୍ୟରେ ୧୦ଟି ଆଇସିସି ଟ୍ରଫି ହରେଇଛି ଭାରତ

  • Post category:କ୍ରୀଡା
  • Reading time:1 mins read

ଅହମ୍ମଦାବାଦ୍‌: ପୁଣି ଥରେ ଆଇସିସି ଟାଇଟଲ ହରାଇଛି ଭାରତୀୟ ଦଳ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ୨୦୨୩ ବିଶ୍ୱକପ ଫାଇନାଲରେ ପରାଜୟ ହୋଇଛି। ଏହା ପ୍ରଥମ ନୁହେଁ, ଟିମ ଇଣ୍ଡିଆ ଆଇସିସି ଟୁର୍ନାମେଣ୍ଟରେ ମଧ୍ୟ ହାରିଛି। ତେବେ ୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ମୋଟ ୧୦ଟି ଆଇସିସି ଟାଇଟଲ ହରାଇଛି। ଗତ ୧୦ଟି ଆଇସିସି ଟାଇଟଲରେ ଭାରତୀୟ ଦଳ ସେମିଫାଇନାଲରେ ୪ ଥର ଏବଂ ଫାଇନାଲରେ ୫ ଥର ହାରିଛି। 

ଭାରତ ୨୦୧୩ରେ ଶେଷ ଆଇସିସି ଟ୍ରଫି ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଜିତିଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ଟିମ ଇଣ୍ଡିଆ କୌଣସି ଆଇସିସି ଟାଇଟଲ ଜିତି ନାହିଁ। ତେବେ ସେହିପରି ୨୦୧୧ରେ ଶେଷ ଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଦିନିକିଆ ବିଶ୍ୱକପ ଟାଇଟଲ ଜିତିଥିଲା।


୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ୧୦ଟି ଆଇସିସି ଟାଇଟଲ ହରାଇଛି ଭାରତ 

୨୦୧୪ ଟି-୨୦ ବିଶ୍ୱକପ – ଫାଇନାଲରେ ପରାସ୍ତ
୨୦୧୫ ଦିନିକିଆ ବିଶ୍ୱକପ – ସେମିଫାଇନାଲରେ ପରାସ୍ତ
୨୦୧୬ ଟି-୨୦ ବିଶ୍ୱକପ – ସେମିଫାଇନାଲରେ ପରାସ୍ତ
୨୦୧୭ ଚାମ୍ପିଅନ୍ସ ଟ୍ରଫି – ଫାଇନାଲରେ ପରାସ୍ତ
୨୦୧୯ ଦିନିକିଆ ବିଶ୍ୱକପ – ସେମିଫାଇନାଲରେ ପରାସ୍ତ
୨୦୧୯-୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ – ଫାଇନାଲରେ ପରାସ୍ତ
୨୦୨୧ ଟି -୨୦ ବିଶ୍ୱକପ – ଗ୍ରୁପ୍‌ ପର୍ଯ୍ୟାୟରୁ ପରାସ୍ତ
୨୦୨୨ ଟି-୨୦ ବିଶ୍ୱକପ – ସେମିଫାଇନାଲରେ ପରାସ୍ତ
୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ- ଫାଇନାଲରେ ପରାସ୍ତ
୨୦୨୩ ଦିନିକିଆ ବିଶ୍ୱକପ – ଫାଇନାଲରେ ପରାସ୍ତ 

 

ଅନ୍ୟମାନଙ୍କୁ ଜଣାନ୍ତୁ।