You are currently viewing ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୨୪/୦୨, ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ଲକ୍ଷ୍ନୌ ସ୍ଥିତ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀ କ୍ରିକେଟ୍ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିବା ପରେ ଭାରତୀୟ ଦଳର ମନୋବଳ ବଢ଼ିଯାଇଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜ ପୁର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। କିନ୍ତୁ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇଛି । ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବଂ ବୋଲର ଦୀପକ ଚହର ଦଳରୁ ବାଦ ପଡ଼ିଛନ୍ତି। ରବିବାର ଦିନ କୋଲକାତାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ସମୟରେ ଦୁଇ ଖେଳାଳି ପଡ଼ିଆରେ ଆଘାତ ହୋଇଥିଲେ ।


ତେବେ ଏହି ମ୍ୟାଚରେ ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କ ସହ ଋତୁରାଜ ଗାଏକୱାଡଙ୍କୁ ଓପନିଂ ସୁଯୋଗ ମିଳିପାରେ । ଇଶାନ କିଷନ, ଶ୍ରେୟାସ ଆୟର ଓ ପ୍ରତ୍ୟାବର୍ତ୍ତନ କରିଥିବା ସଞ୍ଜୁ ସାମସନ୍ ଯଥାକ୍ରମେ ୩ରୁ ୫ନଂ ସ୍ଥାନରେ ବ୍ୟାଟିଂ କରିବେ । ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଦୀପକ ହୁଡାଙ୍କୁ ସୁଯୋଗ ମିଳିପାରେ । ଭେଙ୍କଟେଶ ଆୟର ଷଷ୍ଠ ସ୍ଥାନ ପକ୍କା କରିଛନ୍ତି । ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଦଳକୁ ଫେରିଥିବାରୁ ଯୁଝବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।