You are currently viewing ଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟ୍ବେଣ୍ଟି-୨୦ 

ଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟ୍ବେଣ୍ଟି-୨୦ 

  • Post category:କ୍ରୀଡା
  • Reading time:1 mins read

ରାଇପୁର:  ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲା। କ୍ରମାଗତ ଭାରତ ପ୍ରଥମ ଦୁଇଟି ମ୍ୟାଚ ଜିତିଥିବା ବେଳେ ତୃତୀୟ ମ୍ୟାଚରେ ସେହି ବିଜୟ ଧାରାକୁ ଅଷ୍ଟ୍ରେଲିଆ ଭାଙ୍ଗି ଦେଇଥିଲା। ଫଳରେ ୫ ମ୍ୟାଚ୍‌ ଶୃଙ୍ଖଳାରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ଏବେ ୨-୧ରେ ଆଗୁଆ ରହିଛି। ତେବେ ଯଦି ଆଜିର ମ୍ୟାଚରେ ଭାରତ ଜିତୁଛି ତେବେ ନିଶ୍ଚିତ ଶୃଙ୍ଖଳାରେ ସଫଳତା ଅର୍ଜନ କରିବ। ଅନ୍ୟପକ୍ଷେ ମାଥ୍ୟୁ ୱେଡଙ୍କ ଦଳ ନିଶ୍ଚିତ ଶୃଙ୍ଖଳାକୁ ପ୍ରଥମେ ୨-୨ ସ୍ତରକୁ ନେବାକୁ ସବୁ ଦମ ଖଟାଇବ ବୋଲି ଆଶା କରାଯାଉଛି। ତେବେ ଆଜିର ଏହି ତୃତୀୟ ମ୍ୟାଚ୍‌ ରାଇପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।

ଅନ୍ୟମାନଙ୍କୁ ଜଣାନ୍ତୁ।