You are currently viewing ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ; ୯୬ ରନରେ ସିରିଜ୍‌ କ୍ଲିନ୍‌ ସ୍ବିପ୍‌ କଲା ଭାରତ

ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ; ୯୬ ରନରେ ସିରିଜ୍‌ କ୍ଲିନ୍‌ ସ୍ବିପ୍‌ କଲା ଭାରତ

  • Post category:କ୍ରୀଡା
  • Reading time:1 mins read

ଅହମଦାବାଦ-୧୨.୦୨.୨୦୨୨, ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଜାରି ରହିଥିବା ତୃତୀୟ ଦିନିକିଆରେ ବିଜୟ ସହ ସିରିଜ କ୍ଳିନ ସ୍ବିପ୍ କଲା ଭାରତ । ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୬୫ ରନ ଭାରତ କରିଥିବାବେଳେ ଜବାବରେ ଭ୍ରମଣକାରୀ ଇଣ୍ଡିଜ୍ ଦଳ ୩୭.୧ ଓଭର ଖେଳି ମାତ୍ର ୧୬୯ ରନରେ ଅଲଆଉଟ ହୋଇଯାଇଛି ।
ଭାରତ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୮୦ ରନ କରିଥିବାବେଳେ ରିଷବ ପନ୍ତ ୫୬, ଦୀପକ ଚାହାର ୩୯ ରନ କରିଥିଲେ । ସେହିପରି ରୋହିତ୍ ୧୩, ଶିଖର ଧୱନ୍ ୧୦ ଓ ବିରାଟ୍ କୋହଲି ୦ ୱେଷ୍ଟଇଣ୍ଡିଜ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ । ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଓପନର ସାଇ ହୋପ୍ ମାତ୍ର ୫ ରନ କରି ଆଉଟ ହୋଇଥିବା ବେଳେ ବ୍ରାଣ୍ଡୋନ୍ କିଙ୍ଗ ୧୪ ରନ, ଡାରେନ୍ ବ୍ରାଭୋ ୧୯ରନ, ବ୍ରକ୍ସ୍ ୦, ନିକୋଲାସ୍ ପୁରନ୍ ୩୪ ରନ, ଜାସନ୍ ହୋଲଡର ୬ରନ, ଫାବିୟାନ୍ ଆଲାନ ୦ରନ, ଅଲଜାରୀ ଜୋସେଫ୍ ୨୯ରନ, ଓଡେନ୍ ସ୍ମିଥ୍ ୩୬ରନ, ହେଡେନ୍ ଓ୍ବାଲସ୍ ୧୩ରନ କରି ଆଉଟ ହୋଇଛନ୍ତି । ତେବେ ଦୀପକ ଚହର ୨ଟି ଓ୍ବିକେଟ ନେଇଥିବା ବେଳେ, ମହମ୍ମଦ ସିରାଜ ଓ କ୍ରୀଷ୍ଣା ୩ ଓ୍ବିକେଟ୍, କୁଲଦୀପ ଯାଦବ ୨ ଓ୍ବିକେଟ ନେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।