You are currently viewing ପାକିସ୍ତାନ ଯାଇପାରେ ଭାରତୀୟ ଟିମ

ପାକିସ୍ତାନ ଯାଇପାରେ ଭାରତୀୟ ଟିମ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ (୧୪.୧୦.୨୨) : ଭାରତ ଏବଂ ପାକିସ୍ତାନର ପ୍ରଶଂସକଙ୍କ ପାଇଁ ଆସିଛି ବଡ ଖବର। ଏସିଆ କପ୍ ୨୦୨୩ ପାଇଁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିପାରେ। ପାକିସ୍ତାନକୁ ଏସିଆ କପ୍ ୨୦୨୩ର ଆୟୋଜନ ଅଧିକାର ମିଳିଛି। ଆଉ ପାକିସ୍ତାନ ଗସ୍ତ କରିବାକୁ ପ୍ରସ୍ତୁତ ବିସିସିଆଇ। ତେବେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ଏହାର ଅନ୍ତିମ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର। ଯଦି ସରକାରଙ୍କଠୁ ମଞ୍ଜୁରୀ ମିଳେ ତେବେ ୨୦୦୮ ପରେ ଭାରତର ପ୍ରଥମ ପାକିସ୍ତାନ ଗସ୍ତ ହେବ।

କ୍ରିକବଜ୍‌ର ରିପୋର୍ଟ ଅନୁଯାୟୀ, ୨୦୨୩ରେ ଏସିଆ କପ୍ ପାଇଁ ଭାରତ ପାକିସ୍ତାନ ଯାତ୍ରା କରିବ, କିନ୍ତୁ ସରକାରଙ୍କ ମଞ୍ଜୁରୀ ମିଳିବା ପରେ। ଆଉ ଏହା ହିଁ ବର୍ତ୍ତମାନ ବିସିସିଆଇର ଏଜେଣ୍ଡା। ପାକିସ୍ତାନ ୨୦୨୩  ମଧ୍ୟଭାଗ ଆଡକୁ ଦିନିକିଆ ଏସିଆ କପ୍ ଆୟୋଜନ କରିବ। ପୁଣି ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ଵ କପ୍ ଖେଳାଯିବ। ଏଜିଏମ ନୋଟ୍ ଅନୁସାରେ, ବିସିସିଆଇ ପାକିସ୍ତାନ ଯାତ୍ରା ପାଇଁ ପ୍ରସ୍ତୁତ।

କୂଟନୈତିକ ମାମଲା କାରଣରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟରୁ ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳାଯାଇ ନାହିଁ। ଏବେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ପରସ୍ପର ବିରୋଧରେ ଖେଳିବେ। ଯଦି ଆସନ୍ତାବର୍ଷ ଏସିଆ କପ୍‌ ଲାଗି ସରକାର ଭାରତୀୟ ଦଳକୁ ପାକିସ୍ତାନ ଯିବା ପାଇଁ ଅନୁମତି ପ୍ରଦାନ କରନ୍ତି ତେବେ ନିଶ୍ଚିତ ରୂପେ ଦୁଇ ଦେଶର ସଂପର୍କର ସୁଧାର ଆସିବ। ପାକିସ୍ତାନକୁ ଏସିଆ କପ୍ ବ୍ୟତୀତ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନର ଅଧିକାର ମିଳିଛି।  

ଅନ୍ୟମାନଙ୍କୁ ଜଣାନ୍ତୁ।