You are currently viewing ଆଇପିଏଲ: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଓ ରାଜସ୍ଥାନ

ଆଇପିଏଲ: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଓ ରାଜସ୍ଥାନ

  • Post category:କ୍ରୀଡା
  • Reading time:1 mins read

ଦୁବାଇ-୦୫.୧୦.୨୦୨୧, ଆଇପିଏଲ୍‌ର ୫୧ତମ ଲିଗ୍‌ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ଉଭୟକୁ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡିବ । ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ୧୨ଟି ମ୍ୟାଚ୍‌ ଖେଳି ଦଳ ୧୦ ପଏଣ୍ଟ ହାସଲ କରିଛି ଏବଂ ରନ୍‌ ରେଟ୍‌ -୦.୩୩୭ ରହିଛି । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଉଭୟ ଦଳ ପାଇଁ ମ୍ୟାଚ୍‌ ଜିତିବା ଜରୁରୀ ।

ଆଇପିଏଲରେ ଲିଗ ପର୍ଯ୍ୟାୟ ମୁକାବିଲା ଶେଷ ହେବା ପାଇଁ ଆଉ କିଛି ମ୍ୟାଚ ବାକି ଥିଵାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ,ଚେନ୍ନାଇ ସୁପର କିଙ୍ଗସ୍‌ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ୍‌ ପର୍ଯ୍ୟାୟରେ ପ୍ରବେଶ କରିସାରିଛନ୍ତି । ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ,ରାଜସ୍ଥାନ ରୟାଲ୍ସ ,ପଞ୍ଜାବ କିଙ୍ଗସ୍‌ ଓ କୋଲକାତା ନାଇଟ ରାଇଢର୍ସ ମଧ୍ୟରେ ଜୋରଦାର ଲଢ଼େଇ ହେବ । ତେବେ ଅନ୍ୟ ତିନି ଦଳ ଅପେକ୍ଷା କୋଲକାତା ନାଇଟ ରାଇଡର୍ସ ୧୨ ପଏଣ୍ଟ ପାଇ ସୁବିଧା ସ୍ଥିତିରେ ଅଛି । ତେବେ ଅନ୍ୟ ତିନି ଦଳ ୧୦ ପଏଣ୍ଟ ଲେଖାଏଁ ପାଇଛନ୍ତି । ତେଣୁ ଅନୁଷ୍ଠିତ ହେବାକୁ ଥିବା ଶେଷ ପର୍ଯ୍ୟାୟ ଲିଗ ମ୍ୟାଚ ଏହି ଚାରି ଦଳ ପାଇଁ ବିଶେଷ ଗୁରୁତ୍ୱୂର୍ଣ୍ଣ ।

ଅନ୍ୟମାନଙ୍କୁ ଜଣାନ୍ତୁ।