You are currently viewing ଜୁନିୟର ହକି ବିଶ୍ବକପ୍ ୨୦୨୧: ଉଦଘାଟନୀ ମ୍ୟାଚରେ ଜିତିଲା ବେଲଜିୟମ 

ଜୁନିୟର ହକି ବିଶ୍ବକପ୍ ୨୦୨୧: ଉଦଘାଟନୀ ମ୍ୟାଚରେ ଜିତିଲା ବେଲଜିୟମ 

  • Post category:କ୍ରୀଡା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୪.୧୧.୨୦୨୧, କଳିଙ୍ଗ ଷ୍ଟାଡିୟମରେ ଜୁନିୟର ବିଶ୍ବକପ୍ ହକି ୨୦୨୧ ର ଉଦ୍ଘାଟନୀ ମ୍ୟାଚରେ ବେଲଜିୟମର ଦମଦାର ବିଜୟ । ବେଲଜିୟମଠାରୁ ୫-୧ଗୋଲରେ ପରାସ୍ତ ହେଲା ଦକ୍ଷିଣ ଆଫ୍ରିକା ।  ୫-୧ ଗୋଲର ଏକ ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଶକ୍ତିଶାଳୀ ବିଜୟ ଅଭିଯାନ ଆରମ୍ଭ ବେଲଜିୟମ ।ମ୍ୟାଚ୍ ଆରମ୍ଭର ପ୍ରଥମ ୭ ମିନିଟରେ ଡି ରୋମାନ ଗୋଲ ସ୍କୋର କରି ବେଲଜିୟମ ଦଳକୁ ଅଗ୍ରଣୀ କରିଥିଲେ। ବେଲଜିୟମ ଦଳରୁ ସର୍ବାଧିକ ୨ ଟି ଗୋଲ୍ କରିଛନ୍ତି ଡି ରୋମାନ। ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ  ଗୋଲ ସ୍କୋର କରିଥିଲେ। ବେଲଜିୟମ ପକ୍ଷରୁ ୨ଟି ପେନଲ୍ଟି କର୍ଣ୍ଣର ଓ ୩ଟି ଫିଲଡ଼ ଗୋଲ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଗୋଟିଏ ପେନଲ୍ଟି କର୍ଣ୍ଣର ଦିଆଯାଇଥିଲା ।
ତେବେ ଏହି ବିଶ୍ୱକପରେ  କରୋନାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯାଉଛି ।  କୋଭିଡ -୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବାୟୋ-ବବଲରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି ।
ସୂଚନାଯୋଗ୍ୟ ଯେ, ଆଜି ବୁଧବାର ମୋଟ୍‌ ୫ଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ ସକାଳ ୯.୩୦ ମିନିଟରେ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା, ମଧ୍ୟାହ୍ନ ୧୨ଟାରେ ଜର୍ମାନୀ ଓ ପାକିସ୍ତାନ,  ଅପରାହ୍ଣ ୨.୩୦ ମିନିଟ୍‌ରେ କାନାଡ଼ା ଓ ପୋଲାଣ୍ଡ, ଅପରାହ୍ଣ ୪ଟାରେ ମାଲେସିଆ ଓ ଚିଲି, ଏବଂ ରାତି ୮ଟାରୁ ଭାରତ ଓ ଫ୍ରାନ୍ସ ମଧ୍ୟରେ  ମ୍ୟାଚ୍‌ ଖେଳାଯିବ  ।

ଅନ୍ୟମାନଙ୍କୁ ଜଣାନ୍ତୁ।