You are currently viewing ସପ୍ତମ ଥର ପାଇଁ ମେସି ଜିତିଲେ ବଲନ୍ ଡି’ଅର୍ ପୁରସ୍କାର

ସପ୍ତମ ଥର ପାଇଁ ମେସି ଜିତିଲେ ବଲନ୍ ଡି’ଅର୍ ପୁରସ୍କାର

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୩୦.୧୧.୨୦୨୧, ଆର୍ଜେଣ୍ଟିନାର ତାରକା ଫୁଟବଲର୍ ଲିଓନେଲ ମେସି ଜିତିଲେ ବଲନ୍ ଡି’ଅର୍ ପୁରସ୍କାର । ସପ୍ତମ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି ମେସି । ଏହାପୂର୍ବରୁ, ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଏବଂ ୨୦୧୯ ରେ ମେସି ବଲନ୍ ଡି’ଅର୍ ପୁରସ୍କାର ଜିତିଥିଲେ । ଅନ୍ୟ କୌଣସି ଖେଳାଳି ଏତେ ଥର ଏହି ପୁରସ୍କାର ଜିତି ନାହାଁନ୍ତି । ସେହିପରି କ୍ରିଷ୍ଟିଆନୋ ରୋନାଲଡୋ ୫ଥର ଏହି ପୁରସ୍କାର ଜିତିଛନ୍ତି ।
ବଲନ୍ ଡି’ଅର୍ ପୁରସ୍କାରଗୁଡିକ ଫ୍ରାନ୍ସର ଫୁଟବଲ୍ ପତ୍ରିକା ବଲନ୍ ଡି’ଅର୍ ଦ୍ୱାରା ପ୍ରଦାନ କରାଯାଇଛି । ଏହି ପୁରସ୍କାର ପ୍ରତିବର୍ଷ କ୍ଲବ ଏବଂ ଜାତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ଦିଆଯାଏ । ଏହା ୧୯୫୬ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ଏହି ପୁରସ୍କାର ପ୍ରଥମ ଥର ପାଇଁ ଷ୍ଟାନଲି ମାଥ୍ୟୁସଙ୍କୁ ଦିଆଯାଇଥିଲା ।


ଅନ୍ୟମାନଙ୍କୁ ଜଣାନ୍ତୁ।