You are currently viewing ପାକିସ୍ତାନ ବିପକ୍ଷରେ ଟସ୍ ଜିତିଲା ନ୍ୟୁଜିଲ୍ୟାଣ୍ଡ

ପାକିସ୍ତାନ ବିପକ୍ଷରେ ଟସ୍ ଜିତିଲା ନ୍ୟୁଜିଲ୍ୟାଣ୍ଡ

  • Post category:କ୍ରୀଡା
  • Reading time:1 mins read

ସୀଡନୀ(୯.୧୧.୨୨) :  ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇଲରେ ମୁହାଁମୁହିଁ ହେଉଛନ୍ତି ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ। ସିଡ୍‌ନୀରେ ଖେଳା ଯାଉଥିବା ଏହି ନକଆଉଟ ଲଢ଼େଇରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ବାବର ଆଜମଙ୍କ ପାକିସ୍ତାନ ପ୍ରଥମେ ବୋଲିଂ କରିବ। ସିଡ୍‌ନୀରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ସପକ୍ଷରେ ଅଧିକାଂଶ ରେଜଲ୍ଟ ରହିଛି। ତେଣୁ ବାବର ମଧ୍ୟ ଟସ୍‌ ଜିତିଥିଲେ ପ୍ରଥମେ ବ୍ୟାଟିଂ କରିଥାଆନ୍ତେ ବୋଲି କହିଛନ୍ତି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଉଭୟ ଦଳ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାନ୍ତି। ନ୍ୟୁଜିଲ୍ୟାଣ୍ଡ ସୁପର ୧୨ର ଗ୍ରୁପ ୧ରୁ ନମ୍ବର ୱାନ ଦଳ ଭାବେ ସେମିକୁ ପ୍ରବେଶ କରିଥିବା ବେଳେ ପାକିସ୍ତାନ ଗ୍ରୁପ ୨ରୁ ଦ୍ୱିତୀୟ ଦଳ ଭାବେ ସେମି ଟିକେଟ ହାସଲ କରିଥିଲା।ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନ ପ୍ରଥମେ ଭାରତ ଓ ପରେ ଜିମ୍ବାୱେ ଠାରୁ ଅପ୍ରତ୍ୟାଶିତ ଭାବେ ୧ ରନରେ ହାରି ଯାଇଥିଲା। ଏହି କାରଣରୁ ଦଳ ସେମି ଦୌଡ଼ରୁ ବାଦ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ପାକିସ୍ତାନ କ୍ରମାଗତ ୩ଟି ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇଥିଲା। ୧୯୯୨ରେ ପାକିସ୍ତାନ ଦିନିକିଆ ବିଶ୍ୱକପ ଜିତିଥିବା ବେଳେ ଦଳ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ସେତେବେଳେ ଇମ୍ରାନ ଖାନଙ୍କ ଦଳ ଲିଗ୍‌ ପର୍ଯ୍ୟାୟରେ କ୍ରମାଗତ ୩ଟି ମ୍ୟାଚ୍‌ ଜିତି ସେମି ଟିକେଟ ପାଇଥିଲା। ସେମିରେ ମଧ୍ୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ଭେଟିଥିଲେ। ଏହି ମ୍ୟାଚ୍‌ରେ ଦଳ ବିଜୟୀ ହୋଇ ଫାଇନାଲକୁ ଯାଇଥିଲା। ଶେଷରେ ଟ୍ରଫି ମଧ୍ୟ ହାତେଇଥିଲା। ୨୦୦୭ ଟି-୨୦ ବିଶ୍ୱକପ ସେମିରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପାକିସ୍ତାନ ସେମିକୁ ଯାଇଥିଲା। ତେଣୁ ୨୦୨୨ ଟି-୨୦ ବିଶ୍ୱକପରେ ଦଳ ସମାନ ଇତିହାସର ପୁନରାବୃତ୍ତି ଲକ୍ଷ୍ୟରେ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।