You are currently viewing ଆଫଗାନିସ୍ଥାନକୁ ପରାସ୍ତ କଲା ପାକିସ୍ତାନ

ଆଫଗାନିସ୍ଥାନକୁ ପରାସ୍ତ କଲା ପାକିସ୍ତାନ

  • Post category:କ୍ରୀଡା
  • Reading time:1 mins read

ଦୁବାଇ(୮.୯.୨୨) : ଫାଇନାଲ ଯିବାରୁ ବଞ୍ଚିତ ହେଲା ଟିମ୍ ଇଣ୍ଡିଆ । ଗତ କାଲି ଖେଳା ଯାଇଥିବା ମ୍ୟାଚ୍‌ରେ ଅଫଗାନୀସ୍ଥାନକୁ ପାକିସ୍ଥାନ ପରାସ୍ତ କରିଛି । ଫଳରେ ପାକିସ୍ଥାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳା ଯିବାକୁ ଚୂଡାନ୍ତ ହୋଇଛି । ଆସନ୍ତା ୧୧ ତାରିଖରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆକପ୍ ଫାଇନାଲ ମ୍ୟାଚ୍ ହେବ । ତେବେ ଆଜି ଆଫଗାନୀସ୍ଥାନ ଭାରତ ମଧ୍ୟରେ ସୁପର-୪ ପର୍ଯ୍ୟୟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍‌ରେ କେହି ଜିତିଲେ ମଧ୍ୟ ଫାଇନାଲକୁ ଯାଇପାରିବେ ନାହିଁ । ଗତ କାଲୀ ମ୍ୟାଚ୍‌ରେ ଟସ୍ ହାରି ଅଫଗାନୀସ୍ତାନ ପ୍ରଥମେ ବୋଲିଂ କରିବାକୁ ନିସ୍ପତି ନେଇଥିଲା । ଦଳ ୬ ୱିକେଟ୍ ହରାଇ ୧୨୯ ରନ୍ କରିଥିଲା । ଏହା ପରେ ପାକିସ୍ତାନ ଏହି ମ୍ୟାଚ୍‌କୁ ଜିତିଥିଲା । ୧୩୦ ରନ୍ ଲକ୍ଷ ନେଇ ବ୍ୟାଟିଂ କରି ମାତ୍ର ୧ ୱିକେଟ୍‌ରେ ୧୯.୨ ବଲରେ ମ୍ୟାଚ୍ ଜିତି ନେଇଛି । ୧୩୦ ରନ୍ ଲକ୍ଷ ନେଇ ବ୍ୟାଟିଙ୍ଗ କରିବାକୁ ଆସିଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ପର୍ଯ୍ୟାୟ ସାମ୍ନା କରିଥିଲା । ଶେଷରେ ଦୁଇଟି ବଲରେ ଦୁଇଟି ଲଗାତାର ଛକ୍କା ମାରି ନସୀମ ଶାହା ପାକିସ୍ତାନକୁ ଜିତାଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।