You are currently viewing ଟୋକିଓ ଅଲିମ୍ପିକ୍ସ: ସେମିରେ ସିନ୍ଧୁ

ଟୋକିଓ ଅଲିମ୍ପିକ୍ସ: ସେମିରେ ସିନ୍ଧୁ

ଟୋକିଓ-୩୦.୦୭.୨୦୨୧, ଟୋକିଓ ଅଲିମ୍ପିକ୍ସର ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଜିତିଲେ ପି.ଭି.ସିନ୍ଧୁ । ବିଶ୍ବର ୫ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳୀ ଜାପାନର ଆକେନ ୟାମାଗୁଚିଙ୍କୁ ହରାଇ ସେମିଫାଇନାଲରେ ପହଞ୍ଚିଲେ ସିନ୍ଧୁ । ସେ ୨୧-୧୩, ୨୨-୨୦ ପଏଣ୍ଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଚଳିତ ଅଲିମ୍ପିକ୍ସରେ ସିନ୍ଧୁ ଏପର୍ଯ୍ୟନ୍ତ ଗୋଟିଏ ବି ଗେମ୍ ହାରିନାହାନ୍ତି ।
ତେବେ ସେମି ଫାଇନାଲରେ ସିନ୍ଧୁ ତାଇଓ୍ବାନର ଖେଳାଳୀ ତାଇ ଜୁ ଇଙ୍ଗ କିମ୍ବା ଥାଇଲାଣ୍ଡର ଖେଳାଳୀ ରାଚାନକ ଇଣ୍ଟାନନଙ୍କୁ ଭେଟିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।