rahul

ବଢ଼ିପାରେ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ  

  • Post category:କ୍ରୀଡା
  • Reading time:1 mins read

ବଢ଼ିପାରେ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। ଆଉ ୨ ବର୍ଷ ଚୁକ୍ତି ବଢ଼ାଇବାକୁ ଚିନ୍ତା କରୁଛି ବିସିସିଆଇ। କିନ୍ତୁ ଏନେଇ କୌଣସି ନୀତିଗତ ନିଷ୍ପତ୍ତି ହୋଇନାହିଁ। ସୂଚନାଯୋଗ୍ୟ ବିସିସିଆଇ ଅନୁଯାୟୀ, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ରାହୁଲ ମୁଖ୍ୟ କୋଚ୍ ଦାୟିତ୍ବ ତୁଲାନ୍ତୁ । 

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ। ଡିସେମ୍ବର ୧୦ ତାରିଖରୁ ଜାନୁଆରୀ ୭ ତାରିଖ ଯାଏ ଦିନିକିଆ, ଟେଷ୍ଟ ଓ ଟି-ଟ୍ବେଣ୍ଟି ସିରିଜ ଖେଳିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ଲେଖାଏ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଏହି ମ୍ୟାଚରେ ଟିମ୍ ସହ ରାହୁଲ ଦ୍ରାବିଡ ଦକ୍ଷିଣ ଆଫ୍ରିକା ଯାଆନ୍ତୁ ବୋଲି ବିସିସିଆଇ ଚାହୁଁଛି। ଏନେଇ ଗତ ସପ୍ତାହରେ ତାଙ୍କ ସହ ଆଲୋଚନା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ତେବେ ଏନେଇ ବିସିସିଆଇ ଓ ଦ୍ରାବିଡଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

ଅନ୍ୟମାନଙ୍କୁ ଜଣାନ୍ତୁ।