You are currently viewing ଆଜି ହାଇଦ୍ରାବାଦ ଓ ରାଜସ୍ଥାନ ମୁକାବିଲା

ଆଜି ହାଇଦ୍ରାବାଦ ଓ ରାଜସ୍ଥାନ ମୁକାବିଲା

  • Post category:କ୍ରୀଡା
  • Reading time:1 mins read

ଦୁବାଇ-୨୭.୦୯.୨୦୨୧, ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆଇପିଏଲ୍‌ର ୪୦ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ଆଜିର ମ୍ୟାଚରେ ରାଜସ୍ଥାନ ଜିତିଲେ ପ୍ଲେ ଅଫ୍‌ରେ ପ୍ରବେଶ କରିପାରିବ ।
ସନରାଇଜର୍ସ ଏଯାଏ ୯ଟି ମ୍ୟାଚ୍‌ ଖେଳି ମାତ୍ର ୨ ପଏଣ୍ଟ ହାସଲ କରିଥିବାବେଳେ ରାଜସ୍ଥାନ ରୟାଲ୍ସ ଇତି ମଧ୍ୟରେ ୮ ପଏଣ୍ଟ ହାସଲ କରିଛି । ଆଉ ୬ ପଏଣ୍ଟ ହାସଲ କଲେ ଦଳର ପ୍ଲେ-ଅଫ୍‌ ଅଭିଯାନ ସମ୍ଭବ ହୋଇପାରିବ ।
ସନରାଇଜର୍ସ ପାଇଁ ଚଳିତ ସିଜନ ନୈରାଶ୍ୟପୂର୍ଣ୍ଣ ରହିଛି । ଦଳର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିଫଳ ରହିଛନ୍ତି ବୋଲିଂ ବିଭାଗ ମଧ୍ୟ ସୁଦୃଢ ନାହିଁ , ଭୁବନେଶ୍ୱର କୁମାର ଫର୍ମକୁ ଫେରିବାକୁ ସଂଘର୍ଷ କରୁଛନ୍ତି । କେନ୍‌ ୱିଲିୟମସନ ଦଳକୁ ସଂଗଠିତ କରିବାରେ ବିଫଳ ହୋଇଛନ୍ତି । ଟି ନଟରାଜନ କରୋନା ସଂକ୍ରମିତ ହୋଇ ଆଇସୋଲେସନରେ ରହିଥିବାରୁ ବୋଲିଂ ବିଭାଗ ସୁଦୃଢ ହୋଇପାରି ନାହିଁ ।

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ, ଲାଏମ ଲିଭିଙ୍ଗଷ୍ଟୋନ, ସଞ୍ଜୁ ସାମସନ(ଅଧିନାୟକ), ଡେଭିଲ୍‌ ମିଲର, ମହିପାଲ୍‌ ଲୋମରର, ରିୟାନ ପରାଗ, ରାହୁଲ ତେୱାତିଆ, ତାବ୍ରେଜ ସାମସି, କାର୍ତ୍ତିକ ତ୍ୟାଗୀ, ଚେତନ ସକରିୟା, ମୁସ୍ତାଫିଜୁର ରେହମାନ ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍‌ ୱାର୍ଣ୍ଣର, ଋଦ୍ଧିମାନ ଶାହା, କେନ ୱିଲିୟମସନ(ଅଧିନାୟକ), ମନୀଷ ପାଣ୍ଡେ, କେଦାର ଯାଦବ, ଅବଦୁଲ ସମଦ, ଜାସନ ହୋଲ୍ଡର, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦିପ ଶର୍ମା, ଖଲିଲ ଅହମ୍ମଦ ।

ଅନ୍ୟମାନଙ୍କୁ ଜଣାନ୍ତୁ।