You are currently viewing ଟି-୨୦ ବିଶ୍ବକପ ୱାର୍ମ-ଅପ୍‌ ମ୍ୟାଚ୍‌, ଇଂଲଣ୍ଡକୁ ହରାଇଲା ଭାରତ

ଟି-୨୦ ବିଶ୍ବକପ ୱାର୍ମ-ଅପ୍‌ ମ୍ୟାଚ୍‌, ଇଂଲଣ୍ଡକୁ ହରାଇଲା ଭାରତ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୧୯.୧୦.୨୦୨୧, ଟି-୨୦ ବିଶ୍ବକପ୍‌ର ପ୍ରଥମ ୱାର୍ମ-ଅପ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ୭ ୱିକେଟ୍‌ରେ ପରାସ୍ତ କଲା ଟିମ୍‌ ଇଣ୍ଡିଆ । ମ୍ୟାଚରେ ଭାରତୀୟ ଟିମ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ୨୦ ଓଭରରେ ୫ଟି ୱିକେଟ ହରାଇ ୧୮୮ ରନ୍‌ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତକୁ ଇଂଲଣ୍ଡ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । କେଏଲ ରାହୁଲ ଓ ଈଶାନ କିଶନ ଭାରତର ପାଳି ଆରମ୍ଭ କରିଥିଲେ। କେଏଲ ରାହୁଲ ୨୪ଟି ବଲ ଖେଳି ୫୧ ରନ୍‌ ଓ ଈଶନ ୪୬ଟି ବଲ ସାମ୍ନା କରି ୭୦ ରନ୍‌ କରିଥିଲେ। ଋଷଭ ପନ୍ତ ୧୪ଟି ବଲ ଖେଳି ବ୍ୟକ୍ତିଗତ ଭାବେ ୨୯ ରନ୍‌ ଯୋଡ଼ିଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୧୨ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ଶାମୀ ୩ଟି ୱିକେଟ ନେଇଥିଲେ। ଜସପ୍ରୀତ ବୁମରା ଓ ରାହୁଲ ଚହରଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ସେହିପରି ଇଂଲଣ୍ଡ ଦଳ ପକ୍ଷରୁ ରୟ ୧୭ ରନ, ଜସ ବଟଲାର ୧୮, ମଲାନ ୧୮, ବେୟାର ଷ୍ଟୋ ୪୯, ଲିଭିଂ ଷ୍ଟୋନ ୩୦ ରନ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।