You are currently viewing ଆସନ୍ତାକାଲିଠୁ ଟୋକିଓ ପାରାଲିମ୍ପିକ୍ସ, ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବେ ୧୧ ଭାରତୀୟ

ଆସନ୍ତାକାଲିଠୁ ଟୋକିଓ ପାରାଲିମ୍ପିକ୍ସ, ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବେ ୧୧ ଭାରତୀୟ

ଟୋକିଓ-୨୩.୦୮.୨୦୨୧, ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ସ । ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଦଳରୁ ମୋଟ ୧୧ଜଣ ସଦସ୍ୟ ସାମିଲ ହେବେ । ସେମାନଙ୍କ ମଧ୍ୟରେ ୫ଜଣ ଆଥଲେଟ୍‌ ଏବଂ ୬ଜଣ ଅଫିସିଆଲ୍‌ ରହିଛନ୍ତି ।ଖେଳାଳୀମାନେ ହେଲେ ହାଇଜମ୍ପ ତାରକା ଥଙ୍ଗଭେଲୁ ମାରିଆପ୍ପାନ, ଡିସ୍‌କସ୍‌ ଥ୍ରୋୟର ବିନୋଦ କୁମାର, ଜାଭେଲିନ୍‌ ଥ୍ରୋୟର ଟେକ୍‌ ଚାନ୍ଦ ଏବଂ ଜୟଦୀପ ଓ ସକିନା ଖାତୁନ ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ । ଜାପାନ ସମ୍ରାଟ ନାରୁହିତୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ାକୁ ଉଦ୍‌ଘାଟନ କରିବେ ।
ସୂଚନାଯୋଗ୍ୟ ଯେ, ପାରାଲିମ୍ପିକ୍ ଗେମ୍ସ ଅଗଷ୍ଟ ୨୪ ରୁ ସେପ୍ଟେମ୍ବର ୫ ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପାରାଲିମ୍ପିକ୍ ଗେମ୍ସରେ ନଅଟି କ୍ରୀଡା ବିଭାଗର ମୋଟ ଭାରତୀୟ ୫୪ ପାରା-ଆଥଲେଟ୍ ଅଂଶଗ୍ରହଣ କରିବେ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳୀ ଭଲ ପ୍ରଦର୍ଶନ କରିବା ପରେ ପାରା ଅଲିମ୍ପିକ୍ସ ଖେଳାଳୀଙ୍କଠାରୁ ମଧ୍ୟ ପଦକ ଜିତିବାର ଆଶା ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।