You are currently viewing ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚରୁ ଓହରିଲେ ବିରାଟ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚରୁ ଓହରିଲେ ବିରାଟ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୧୪.୧୨.୨୦୨୧, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଖେଲିବେନି ବିରାଟ । ଝିଅ ଭମିକାର ପ୍ରଥମ ଜନ୍ମଦିନ ସେଲିବ୍ରେସନ୍ ପାଇଁ ସେ ଦିନିକିଆ ସିରିଜକୁ ଓହରିବାକୁ ଚାହୁଁଛନ୍ତି । ଆସନ୍ତା ଜାନୁଆରୀରେ ବିରାଟଙ୍କ ଝିଅ ର ଜନ୍ମ ଦିନ ପଡୁଥିବାରୁ ଟେଷ୍ଟ ସିରିଜ ପରେ ବିରାଟ କୋହଲି ସ୍ୱଦେଶ ଫେରି ନିଜ ପରିବାର ସହ ଝିଅର ପ୍ରଥମ ଜନ୍ମଦିନ ପାଳନ କରିବାକୁ ପ୍ଲାନ୍ କରିଛନ୍ତି । ଏଥିପାଇଁ କୋହଲି ତାଙ୍କ ପରିବାର ସହିତ କିଛି ସମୟ ଅତିବାହିତ କରିବାକୁ ଜାନୁଆରୀରେ ବିସିସିଆଇକୁଏକ ଛୋଟ ବିରତି ମାଗିଛନ୍ତି।
ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦବିରୁ ହଟାଇ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ନିଯୁକ୍ତି କରିବା ପରଠାରୁ ଚର୍ଚ୍ଚା ଜୋର ଧରିଛି ।ଏପଟେ ବିରାଟ ଦିନିକିଆ ମ୍ୟାଚରୁ ଓହରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୨୬ରୁ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ସେହିପରି ଜାନୁଆରୀ ୧୭ରୁ ଦିନିକିଆ ସିରିଜ୍‌ ଖେଳାଯିବ। ରୋହିତ ଟେଷ୍ଟ ଟିମର ଉପ ଅଧିନାୟକ ଥିବା ବେଳେ ବିରାଟ କ୍ୟାପ୍ଟେନ ଦାୟିତ୍ୱ ସମ୍ଭାଳିବେ।
ରୋହିତ ଶର୍ମା ଆହତ ହୋଇଥିବା କାରଣରୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ ସେ ଖେଳିବେ ନାହିଁ। ତେବେ ଦିନିକିଆ ସିରିଜ୍‌ ଖେଳିବେ ବୋଲି ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।