You are currently viewing ବିପୁଳ ପରିମାଣର ନକଲି ବିଦେଶୀ ମଦ   ଜବତ, ଜଣେ ଗିରଫ

ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ନୟାଗଡ଼(ଏଏନଏସ)୦୬.୦୨.୨୦୨୨, ବିପୁଳ ପରିମାଣର ନକଲି ବିଦେଶୀ ଜବତ । କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଏବଂ ରଣପୁର ପୋଲିସ ରଣପୁର ପୋଲିସ ପିପଲ ଗାଁରେ ଚଢଉ କରି ୩୫୦ ବୋତଲ ନକଲି ବିଦେଶୀ ମଦ, ୧୫୦ଲିଟର ସ୍ପିରିଟ୍, ୪ହଜାରରୁ ଅଧିକ ଠିପି ଓ ୧୦୦୦ ଖାଲି ବୋତଲ ଜବତ କରିଛି । ଘଟଣାରେ ସଂପକ୍ତ ଜଣେ ଗିରଫ ହୋଇଛି ।
ସୂଚନା ଅନୁସାରେ, ମଦ କାରବାର ଚାଲୁଥିବା ନେଇ କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଏବଂ ରଣପୁର ପୋଲିସ ରଣପୁର ପୋଲିସ ପିପଲ ଗାଁରେ ଚଢଉ କରି ଏହି ସବୁ ନକଲି ମଦ, ସ୍ପିରିଟ, ୪ହଜାରରୁ ଅଧିକ ଠିପି ଓ ଖାଲି ବୋତଲ ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ତେବେ ସେଠାରୁ ପ୍ୟାକିଂ ମେସିନ୍ ଓ ଗୋଟିଏ ଅଟୋ ଜବତ ମଧ୍ୟ ଜବତ କରିଛି ଟିମ୍ । ତେବେ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରହିଛି ।


ଅନ୍ୟମାନଙ୍କୁ ଜଣାନ୍ତୁ।