You are currently viewing ସ୍ୱାମୀକୁ ହତ୍ୟା ପରେ ପ୍ରେମିକ ସହିତ ଗିରଫ ହେଲେ ସ୍ତ୍ରୀ

ସ୍ୱାମୀକୁ ହତ୍ୟା ପରେ ପ୍ରେମିକ ସହିତ ଗିରଫ ହେଲେ ସ୍ତ୍ରୀ

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରାପଡା – ଏ,ଏନ ଏସ (୨୯.୦୮.୨୦୨୨) :ପ୍ରେମିକ ସହିତ ମିଶି ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ । ନିଜର ସୁଖର ସଂସାର ନଷ୍ଟ କରି ପ୍ରେମିକ ସହିତ ରହିବାକୁ ଚିନ୍ତା କରିଥିଲା । କିନ୍ତୁ ପୋଲିସହାତରେ ଧରା ପଡିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡାଜିଲ୍ଲା ରାଜକନୀକା ଥାନାର ଭାମଣ୍ଡା ଗାଁରେ । ଭାମଣ୍ଡା ଗାଁର ପୂଜକ ଗଙ୍ଗାଧରକୁ ହତ୍ୟା କରିଥିଲେ ତାଙ୍କ ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକ । ଉଭୟଙ୍କୁ କାଲି ।ଜପୁରରୁ ଗିରଫ କରାାଇ କୋର୍ଟ ଚାଲାଣ କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିବ ବୋଲି ଆଇଆଇସି କହିଛନ୍ତି ।
ଭାମଣ୍ଡା ଗ୍ରାମର ପୂଜକ ଗଙ୍ଗାଧର ୫ ଦିନ ହେବ ନିଖୋଜ ଥିଲେ । ୫ ଦିନ ପରେ ତାଙ୍କ ଶବ ଗାଁ ନିକଟରେ ଥିବା ଜୋରରୁ ମିଳିଥିଲା । ଅନ୍ୟ ପଟେ ସ୍ତ୍ରୀ ୪ ଟି ପିଲାକୁ ଛାଡି ପ୍ରେମିକ ସହିତ ଳାଇଥିଲା । ପରେ ଗଙ୍ଗାଧରର ପରିବାର ଲୋକ ଥାନାରେ ଏତଲା ଦେଲା ପରେ ୋଲିସ୍ ଘଟଣାର ତଦନ୍ତ କରି ଉଭୟଙ୍କୁ ଯାଜପୁରରୁ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।