You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ମୃତ୍ୟୁକୁ ଡାକିଲେ ମା’ ପୁଅ କିନ୍ତୁ ଉପରବାଲା ବଞ୍ଚାଇ ଦେଲେ । ତେବେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ଏକ ରେଳ ଷ୍ଟେସନରେ । ମୃତ୍ୟୁକୁ ମାତ ଦେଲେ ମା’ପୁଅ । ଉକ୍ତ ଷ୍ଟେସନରେ ମା’ପୁଅ ଫସିଥିବା ବେଳେ ଏକ ମାଲଗାଡି ଅତିକ୍ରମ କରିଥିଲା । ଭାଗ୍ୟକୁ ସେମାନେ ବଞ୍ଚିଯାଇଥିଲେ । ଟ୍ରେନ ଆସିବା ବେଳେ ମା’ପୁଅ ପ୍ଲାଟଫର୍ମକୁ ଆଉଜି ଶୋଇ ଯାଇଥିଲେ । ଫଳରେ ଦୁଇ ଜଣଙ୍କର କିଛି କ୍ଷତି ହୋଇ ନଥିଲା ।
୨. ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପଛରେ ଥିଲେ ମଧ୍ୟ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ସେ ସେରାଜ ଆସନରୁ ନିର୍ବାଚନ ଲଢୁଥିଲେ । ଏଠାରେ ସେ ୨୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
୩. ଗୁଜୁରାଟରେ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବଙ୍କ ଭାଗ୍ୟ ବଦଳିଛି । ଭୋଟ ଗଣତି ଆରମ୍ଭରୁ ପଛରେ ଥିବା ରିଭବା ଏବେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ।
୪. ଚଳିତ ବର୍ଷ ଶେଷ ଆଡକୁ ଗୁଜୁରାଟରେ ମୋର୍ବି ଝୁଲାପୋଲ ଦୁର୍ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଗତ ଅକ୍ଟେବର ମାସରେ ଏହି ଝୁଲାପୋଲ ଭୁଶୁଡି ୧୪୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ମାସ ପରେ ନିର୍ବାଚନ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ପଡି ନଥିବା ଦେଖିବାକୁ ମିଳିଛି । ମୋର୍ବି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କଣ୍ଟିଲାଲ ଏବେ ଆଗରେ ଅଛନ୍ତି ।
୫. ଆକ୍ସନ ମୋଡକୁ ଆସିଛି ବ୍ରହ୍ମପୁର ମହାନଗର ନିଗମ । ବେଆଇନ କୋଠା ନିର୍ମାଣକାରୀଙ୍କୁ ଝଟକା । ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ନିଜ ଭୁଲ ସୁଧାରିବାକୁ ଦିଆଯାଇଛି ୧୫ ଦିନ ।
୬. ପଦ୍ମପୁର ୨୩ ରାଉଣ୍ଡ ଗଣତିରୁ ୧୦ ରାଉଣ୍ଡ ଶେଷ ହୋଇଥିବା ବେଳେ ଆଗରେ ରହିଛି ବିଜେଡି । ପ୍ରଥମ ରାଉଣ୍ଡରେ ଆଗରେ ରହିଥିବା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୦ ମ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ଅଛନ୍ତି ।
୭. କଟକ ଜିଲ୍ଲା ଆଠଗଡ ବ୍ଲକ ନୂଆଶାସନ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଘରବାହାରେ ଦାଣ୍ଡରେ ଶୂନ୍ୟରୁ ହେଉଛି ଗୁଳିବର୍ଷା । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଦେଖା ଦେଇଛି ।
୮. ଭଡା ଘରେ ଚାଲିଥିଲା ସେକ୍ସ ରାକେଟ । ଅନେକ ଲୋକ ଆସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଚଢାଉ କରିବା ପରେ ଜାଣିବାକୁ ପାଇଲା ସେଠାରେ ସେକକ୍ସ ରାକେଟ ଚାଲୁଛି । ଏହି ଘଟଣା ମାଲକାନାଗିରି ଜିଲ୍ଲା କୁମୁଟିଗୁଡାରେ ଦେଖିବାକୁ ମିଳିଛି ।
୯. ଖାଲରେ ପଡି ଛଟପଟ ହେଉଛନ୍ତି ୨ ହାତୀ । ବାହାରିବାକୁ ବାଟ ପାଉ ନାହାନ୍ତି । ଏହି ଦୃଶ୍ୟ ଦେଖବାକୁ ମିଳିଛି ବାରିପଦା ରେଞ୍ଜ ହଳଦୀବଣି ସେକ୍ସନର କାଠରୋମା ଗାଁରେ ଦେଖିବାକୁ ମିଳିଛି ।
୧୦. ଟିଟିଲାଗଡ ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଟିଟିଲାଗଡ ରେଞ୍ଜର ଶିବପ୍ରସାଦ ନାୟକଙ୍କ ବାସଭବନରେ ଆଜି ଭୋରରୁ ଏହି ଚଢାଉ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।