roadaccident

ଆସିକା ଖଡ଼ଭାଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ୩ ମୃତ

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆସିକା ଖଡ଼ଭାଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ୩ଜଣ ମୃତ୍ୟୁ ହୋଇଥିବା ବେଳେ କିଛି ବ୍ୟକ୍ତି ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଜଣେ ମହିଳା ଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ଆସିକା ପୋଲିସ, ଅଗ୍ନିଶମବାହିନୀ ମୃତକଙ୍କୁ ପିକଅପ୍ ଭ୍ୟାନ କାଟି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନାଯୋଗ୍ୟ ବସଟି ଆସିକାରୁ ବ୍ରହ୍ମପୁରରୁ ଆସିକା ଅଭିମୁଖେ ଏବଂ ପିକ୍ଅପ୍ ଭ୍ୟାନଟି ଆସିକାରୁ ବ୍ରହ୍ମପୁର ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାଟି ଘଟିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।