prabodh

କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ

ଏଏନଏସ: କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ମିଶିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ । ଟିକେଟ୍ କଟିବା ପରେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରବୋଧ । ତଳସରା ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ପରେ ତାଙ୍କ ଟିକେଟ୍ କାଟି ପ୍ରର୍ଥୀ ବଦଳାଇ ଦେବାରୁ କାନ୍ଦିଥିଲେ ପ୍ରବୋଧ । ଆଜି ଅମିତ ଶାହାଙ୍କ ଗସ୍ତ ସମୟରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। ସୋନପୁର ବିଜେପିର ବିଜୟ ସଂକଳ୍ପ ସଭାରେ ପ୍ରବୋଧ ପଦ୍ମ ଧରିଛନ୍ତି । ତେବେ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ଏବଂ ବଲାଙ୍ଗୀର ସାଂସଦଙ୍କ ସମେତ ରାଜ୍ୟ ବିଜେପିର ଶୀର୍ଷନେତା ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।